ଅନୁଗୁଳ, (ବାଘୁଆବାର୍ତ୍ତା): ଅନୁଗୁଳ ନାଲକୋ ନଗର କଲୋନୀକୁ ଲାଗି କେନାଲ ନିକଟରେ ଜଣଙ୍କର ଗଳିତ ଶବ ପଡିଥିବା ଦେଖିବାକୁ ମିଳିଛି। ଗଳିତ ଶବକୁ ଦେଖି ସ୍ଥାନୀୟ ଲୋକ ଅନୁଗୁଳ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଛି। ଗଳିତ ଶବ ଉଦ୍ଧାର କରିଛି। ମୁତବ୍ୟକ୍ତି ଜଣକ ୧୫ ଦିନ ଆଗରୁ ପଡିଥିବା ପୋଲିସ ଅନୁମାନ କରୁଛି। କିଏ,କିପରି ଆଉ କାହିଁକି ଏପରି ଜାଗାରେ ଶବ ପକାଇ ଦେଇ ଯାଇଥିବା ତଦନ୍ତ କରୁଛି ପୋଲିସ। ତେବେ ପାରିପାର୍ଶ୍ବିକ ସ୍ଥିତିରୁ କେହି ହତ୍ୟା କରି ପକାଇ ଦେଇ ପଳାଇ ଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ କିଛିଦିନ ପୂର୍ବରୁ ଏଫସିଆଇ ଚର୍ଚ୍ଚ ନିକଟ ରାସ୍ତା କଡ଼ରୁ ଜଣଙ୍କର ମୃତଦେହ ପୋଲିସ ଉଦ୍ଧାର କରିଥିବା ବେଳେ ଆଜି ଅନ୍ୟ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରିଛି।






