Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ ଚାକିରି କରାଇଦେବାକୁ କହି ଠକିଥିଲେ ଲକ୍ଷାଧିକ ଟଙ୍କା, ବାନ୍ଧିଲା ପୋଲିସ

by ସଞ୍ଜୟ ସ୍ୱାଇଁ
January 28, 2024
in Crime, State
ସରକାରୀ ଚାକିରି କରାଇଦେବାକୁ କହି ଠକିଥିଲେ ଲକ୍ଷାଧିକ ଟଙ୍କା, ବାନ୍ଧିଲା ପୋଲିସ
110
VIEWS
Share on FacebookShare on Twitter

ପାଟଣା, (ବାଘୁଆବାର୍ତ୍ତା) : ସରକାରୀ ଚାକିରି କରାଇଦେବାକୁ କହି ଠକୁଥିଲେ। ଆଉ ଏବେ ପୋଲିସ୍‌ କବ୍‌ଜାରେ। ଏଭଳି ଜଣେ ଠକକୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ। ଗିରଫ ଯୁବକ ହେଲେ ସଦର ଥାନା କୁମୁଣ୍ଡି ତଳଜାଗର ର ରାଧାକାନ୍ତ ମହାନ୍ତ ପୁଅ ଦେବାନନ୍ଦ ମହାନ୍ତ । ସୂଚନା ଅନୁଯାୟୀ, ଦେବାନନ୍ଦ ଭୁବନେଶ୍ୱରରେ ଏକ କୋଚିଂ ସେଣ୍ଟରରେ ଅନଲାଇନ କୋଚିଂ ନେଉଥିବା ସମୟରେ ଜୁମ୍‌ ଆପ୍‌ ମାଧ୍ୟମରେ ଆଶାୟୀଙ୍କ ଫୋନ ନମ୍ବର ସଂଗ୍ରହ କରି ଫୋନ ଯୋଗେ କଥା ହୋଇଥିଲା। ଏମାନଙ୍କୁ ନିଜେ DSEର ଜଣେ କର୍ମଚାରୀ ବୋଲି କହିବା ସହ ଟଙ୍କା ଦେଲେ ହାଇସ୍କୁଲରେ ଖେଳ ଶିକ୍ଷକ, ଆରଆଇ ଏବଂ ପିଇଓ ପଦବୀରେ ଚାକିରି କରାଇଦେବାକୁ କହିଥିଲା। ଖାଲି ସେତିକିନୁହେଁ ପ୍ରାର୍ଥୀଙ୍କ ଠାରୁ ସମସ୍ତ ସାର୍ଟିଫିକେଟ ନେବା ସହ ବିଭିନ୍ନ ମାଧ୍ୟମରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ପୁଣି ଚାକିରି ନମିଳିଲେ ଟଙ୍କା ଫେରାଇଦେବାକୁ କହି କୋର୍ଟ ପେପରରେ ମଧ୍ୟ ଚୁକ୍ତି କରିଥିଲା। ତେବେ OSSTET ପରୀକ୍ଷାରେ ପ୍ରାର୍ଥୀଙ୍କ କମ୍‌ ନମ୍ବର ଆସିବାରୁ ସନ୍ଦେହ ଉପୁଜିବା ପରେ ଆଶାୟୀ ପ୍ରାର୍ଥୀ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଦେବାନନ୍ଦ ବିଭିନ୍ନ ଆଳ ଦେଖାଇ ପ୍ରାର୍ଥୀଙ୍କୁ ବିଭିନ୍ନ ସମୟରେ ଠକି ଚାଲିଥିଲା । ଏନେଇ ଠକାମୀରେ ଶିକାର ହୋଇଥିବା ଆଶାୟୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦେବାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!