ଭୁବନେଶ୍ୱର, (ବାଘୁଆବାର୍ତ୍ତା): କମିଶନରେଟ୍ ପୋଲିସ କବଜାରେ ଲେଡି ବ୍ଲାକମେଲର । ଏକାଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ସସ୍ମିତା ଜେନା । ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଜଣେ ବିବାହିତା ମହିଳାଙ୍କୁ ଫୋନ୍ କରି ତାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଉଥିଲେ । ଏଥିରେ ଅଭିଯୋଗକାରିଣୀଙ୍କ ପୁରୁଷ ବନ୍ଧୁ ମଧ୍ୟ ସାମିଲ ଥିଲେ । ବ୍ଲାକମେଲିଂ କରି ବିଭିନ୍ନ ସମୟରେ ଅଭିଯୋଗକାରିଣୀଙ୍କ ନିକଟରୁ ୨ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ସସ୍ମିତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଅଭିଯୁକ୍ତା ନିକଟରୁ ମୋବାଇଲ ଫୋନ, ଡେବିଟ୍ କାର୍ଡ, ଚେକ୍ବୁକ୍ ଓ ପାସ୍ବୁକ୍ ଜବତ ହୋଇଛି ।





