Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୁରୀ ଭୁସି ପ୍ରେମିକକୁ ହତ୍ୟା କଲା ପ୍ରେମିକା ମଉସା

by ସଞ୍ଜୟ ସ୍ୱାଇଁ
January 23, 2024
in Crime, State
ଛୁରୀ ଭୁସି ପ୍ରେମିକକୁ ହତ୍ୟା କଲା ପ୍ରେମିକା ମଉସା
79
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ସଦର ଥାନା ଅନ୍ତର୍ଗତ ଇନ୍ଦିରା ଗ୍ରାମରେ ଗତ ରବିବାର ବିଳମ୍ବିତ ରାତିରେ ରାଜେଶ ସାହୁ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶ୍ୟାମ ପ୍ରଧାନକୁ ଗିରଫ କରିଛି ସଦର ଥାନା ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ନେଇ ସଦର କଟକ ଏଡିସିପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କଟକ ସଦର ଥାନା ଅନ୍ତର୍ଗତ ଇନ୍ଦିରା ଗାଁର ରାଜେଶ ସାହୁ ଓରଫ ଟୁଟୁ ସାହୁ ସେହି ଗାଁର ଜଣେ ନାବାଳିକାଙ୍କୁ ୪ ବର୍ଷ ଧରି ପ୍ରେମ କରି ଆସୁଥିଲେ । ଏମିତିକି ପୂର୍ବରୁ ଥରେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ୍‌କୁ ଯାଇଥିଲା । ଏହାପରେ ଦୁଇ ପରିବାର ମଝିରେ ଆପୋଷ ସମାଧାନ ହୋଇଥିଲା । ଝିଅ ସାବାଳିକା ହେଲେ ଉଭୟଙ୍କ ବାହାଘର କରାଯିବ ବୋଲି କଥାବାର୍ତ୍ତା ମଧ୍ୟ ହୋଇଥିଲା । ଏହାପରେ ବାହାଘର ପାଇଁ ଜିଦ୍ ଧରି ବିଭିନ୍ନ ସମୟରେ ରାଜେଶ ଝିଅ ଘରକୁ ଯିବାଆସିବା କରେ । ମାତ୍ର ରବିବାର ଦିନ ରାଜେଶ ଉକ୍ତ ନାବାଳିକାଙ୍କ ଘର ସମ୍ମୁଖରେ ଝାମେଲା ସୃଷ୍ଟି କରିଥିଲେ । ଝିଅଘର ଲୋକେ ଏହାକୁ ବିରୋଧ କରିଥିଲେ । ଏପରିକି ଅତିଶୟ ହେବା ଫଳରେ ସେଠାରେ ନାବାଳିକାଙ୍କ ମଉସା ଶ୍ୟାମପ୍ରଧାନ ଏକ ଧାରୁଆ ଛୁରୀରେ ହତ୍ୟା କରିଥିବା ନେଇ କଟକ ଏଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି । ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା ସଦର ଥାନା ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ୟାମ ପ୍ରଧାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣାରେ ବ୍ୟବହୃତ ଧାରୁଆ ଛୁରୀକୁ ଜବତ କରିଛି ପୋଲିସ । ଏହାସହ ମଙ୍ଗଳବାର ଶ୍ୟାମପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କଟକ ଏଡିସିପି କହିଛନ୍ତି । ସେହିଭଳି ଏହି ହତ୍ୟାକାଣ୍ଡ ଭିଆଇଥିବା ନେଇ ଅଭିଯୁକ୍ତ ଶ୍ୟାମ ପ୍ରଧାନ ସ୍ବୀକାର କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!