ତେଲକୋଇ, (ବାଘୁଆବାର୍ତ୍ତା): ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ସଲେଇକେନା ଓ କଳାପୋଖରୀ ସଂରକ୍ଷିତ ଜଙ୍ଗଲ ଶିଙ୍କୁଳାବାହାଳ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଶାଗୁଆନ କାଠ କାଟୁଥିବା ବେଳେ କାଠ ସହ ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କଠାରୁ କାଠ କାଟିବା ସରଞ୍ଜାମ ମଧ୍ୟ ଜବତ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଛତିଶଗଡ ରାଜ୍ୟରୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଆନୁମାନିକ ୫୦ ହଜାର ଟଙ୍କାର ଶାଗୁଆନ କାଠ ଜବତ କରିଛନ୍ତି ବନ ବିଭାଗ କର୍ମଚାରୀ । ଏହି ଘଟଣାରେ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ହାତ ଥିବା ବନ ବିଭାଗ ଅନୁମାନ କରୁଛି । ବାରମ୍ବାର ସଂରକ୍ଷିତ ଜଙ୍ଗଲରେ ମୂଲ୍ୟବାନ କାଠ କାଟୁଥିବା ବେଳେ ବାହାର ରାଜ୍ୟର ଲୋକଙ୍କୁ ଗିରଫ କରୁଛି ବନ ବିଭାଗ ।





