ନିଆଳି, (ବାଘୁଆବାର୍ତ୍ତା): କଟକ ସଦର ଥାନା ଅନ୍ତର୍ଗତ ଇନ୍ଦିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ପ୍ରେମିକାର ମଉସାକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ରହିଛନ୍ତି । ସୂଚନାଯୋଗ୍ୟ ଯେ, କଟକ ସଦର ଥାନା ଅଧିନ ଇନ୍ଦିରା ଗାଁର ରାଜେଶ ସାହୁ ଓରଫ ଟୁଟୁ ସାହୁ ସେହି ଗାଁର ଜଣେ ନାବାଳିକାକୁ ୪ ବର୍ଷ ଧରି ପ୍ରେମ କରି ଆସୁଥିଲେ । ତେବେ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ଘଟଣା ଗାଁ ଓ ଥାନାରେ ସମାଧାନ ହୋଇଥିଲା । ଝିଅ ସାବାଳିକା ହେଲେ ଉଭୟଙ୍କ ବାହାଘର କରାଯିବ । ମାତ୍ର ରବିବାର ପୁଅର ମୃତଦେହ ନିକଟସ୍ଥ ବୁଦା ପାଖରେ ପଡ଼ିଥିବା ଖବର ପାଇ ସାଙ୍ଗସାଥି ଓ ପରିବାର ଲୋକେ ପହଞ୍ଚି ଡାକ୍ତରଖାନା ନେବା ବାଟରେ ତା’ଙ୍କର ମୃତ୍ୟୁ ଘଟିଥିଲା । ସନ୍ଧ୍ୟାରେ ପୁଅ ରାଜେଶ୍ ସାହୁ ଟୁଟୁକୁ ଘରୁ ଡାକି ନେଇ ଝିଅ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।





