Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫୁଲବାଣୀରୁ କେରଳକୁ ଚାଲାଣ ହେଉଥିଲା ଗଞ୍ଜେଇ

by ସଞ୍ଜୟ ସ୍ୱାଇଁ
January 17, 2024
in Crime, State
ଫୁଲବାଣୀରୁ କେରଳକୁ ଚାଲାଣ ହେଉଥିଲା ଗଞ୍ଜେଇ
75
VIEWS
Share on FacebookShare on Twitter

ମୁନିଗୁଡା, (ବାଘୁଆବାର୍ତ୍ତା): ଫୁଲବାଣୀରୁ କେରଳକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । ରାୟଗଡା ଜିଲ୍ଲା ବିଷମକଟକ ଥାନା ଚାଟିକଣା ହାଟପଦା ନିକଟରୁ ୨୧କେଜି ଗଞ୍ଜେଇ ସହ ଦୁଇଜଣ ଚାଲାଣକାରିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏହି ଚାଲାଣକାରୀ ମାନେ ଫୁଲବାଣିରୁ ଗଞ୍ଜେଇ ଆଣି ଟ୍ରେନରେ କେରଳ ନେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି । ବିଶେଷ ସତ୍ରରୁ ଖବରପାଇ ବିଷମକଟକ ଥାନା ଏସ୍.ଆଇ ପ୍ରଶନ୍ନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗାଡିମଟର ଜାଞ୍ଚ କରୁଥିବା ବେଳେ ହାଟପଦାରେ ଦୁଇଜଣ ବ୍ୟକ୍ତି ଦୁଇଟି ଜରିବସ୍ତା ଧରି ବୁଲୁଥିବାରୁ ପୋଲିସ୍ ସନ୍ଦେହ କରି ଉଭୟଙ୍କୁ ପଚରାଉଚାର କରିବା ସହ ବସ୍ତା ଗୁଡିକ ଯାଞ୍ଚ କରବାବେଳେ ସେହି ଜରିବସ୍ତାରେ ଗଞ୍ଜେଇ ଥିବା ଜାଣିବା କୁ ପାଇଥିଲା ପୋଲିସ । ଉଭୟଙ୍କୁ ବିଷମକଟକ ଥାନାକୁ ଆଣି ପଚରାଉଚାର କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିଥିଲେ । ଦୁଇ ବସ୍ତାରେ ୨୧କିଲୋ ଗଞ୍ଜେଇ ରହିଥିବା ବେଳେ ସେମାନେ ଫୁଲବାଣି ଅଂଚଳରୁ ଆଣି ବିଷମକଟକ ଷ୍ଟେସନ ରୁ ଟ୍ରେନ୍ ଯୋଗେ କେରଳ ଯିବାର ଥିବା ପ୍ରକାଶ କରିଛନ୍ତି । ଗିରଫ ଦୁଇ ବ୍ୟବସାୟୀ ହେଲେ ଉତ୍ତର ପ୍ରଦେଶ ରାଜ୍ୟର ବୁରାହ୍ନ ଏହେମଦ୍ ଏବଂ ପଶ୍ଚିମବଙ୍ଗ ରାଜ୍ୟର ମହମ୍ମଦ ରବି । ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୁଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!