ବୈପାରୀଗୁଡା, (ବାଘୁଆବାର୍ତ୍ତା): ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ବୈପାରୀଗୁଡା ଥାନା ଅନ୍ତର୍ଗତ ନୂଆ ଘସରଡା ଗାଁରେ ଘଟିଛି । ମୃତ ଯୁବତୀ ଦିଗାପୁର ପଂଚାୟତ ନୂଆ ଘସରଡା ଗାଁର ଗୌରୀ ମାଝୀ । ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ଗାଁ ବାହାରେ ଥିବା ଏକ କେନ୍ଦୁଗଛରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ସଙ୍ଗେ ସଙ୍ଗେ ବୈପାରୀଗୁଡା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରି ମୃତଦେହକୁ ଜବତ କରିଥିଲା । ହେଲେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏପଟେ ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା ବୋଲି ପରିବାର ଲୋକେ ଏବଂ ଗାଁ ଲୋକେ ଅଭିଯୋଗ ଆଣିଛନ୍ତି ।





