ସୋର, (ବାଘୁଆବାର୍ତ୍ତା): କିରୋସିନ ଢାଳି ହୋଇ ଆତ୍ମହତ୍ୟା କଲେ ଯୁବକ। ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅର୍ଜୁନପୁର ଗ୍ରାମରେ ୫୩ ବର୍ଷୀୟ ଶିଶିର କୁମାର ପ୍ରଧାନ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ଶିଶିର ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ଘରେ ସ୍ତ୍ରୀ ସହିତ ଝଗଡ଼ା ହୋଇଥିଲା। ଶିଶିର ଉତ୍ୟକ୍ତ ହୋଇ ସ୍ତ୍ରୀକୁ ମାରିବା ପାଇଁ ଗୋଡ଼ାଇବାରୁ ସେ ଗାଁକୁ ପଳାଇଥିଲେ। ଏହାପରେ ସେ କବାଟ ବନ୍ଦକରି ନିଜର ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶିଶିରଙ୍କୁ ଅଧାପୋଡା ଅଵସ୍ଥାରେ ଦମକଳ ସହାୟତାରେ ଖଇରା ମେଡିକାଲକୁ ନିଆଯାଇଥିଲା। ତାଙ୍କର ଶତକଡା ୯୦ ଭାଗ ପୋଡିଯାଇ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ପଠାଇ ଦେଇଥିଲେ । ଭଦ୍ରକରୁ କଟକ ନେବା ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ତ୍ରୀ ମୀତାରାଣୀ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ଵହୁ ଅର୍ଥ ଖର୍ଚ୍ଚ କରି କଟକରୁ ଘରକୁ ଆଣିଥିଲେ । ସେ ଜଣେ ଗରିବ ଲୋକ ହୋଇ ଥିବାରୁ ହାତଉଧାରକୁ ନେଇ ଚିନ୍ତାରେ ରହୁଥିଲେ ।






