ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆପଣ ନିସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ । ଗରିବ ଥିଲେ ଧନ ସମ୍ପତ୍ତି ପ୍ରାପ୍ତ ହେବ। ଚୁଟକି ରେ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ। ଏଭଳି କଥା କହି ନିଜକୁ ଜ୍ୟୋତିଷ ବୋଲାଉଥିବା ଜଣେ ଠକକୁ ଭଦ୍ରକରୁ ଉଠାଇ ଆଣିଛି କମିଶନରେଟ ପୋଲିସ । ଏହି କାମୁକ ବିରୋଧରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଥିଲା । ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ବନ୍ଦ ଘରକୁ ଡାକି ପାଟିରେ ଲବଙ୍ଗ ଜାକିବାକୁ କହି ଦୁଷ୍କର୍ମ କରିଥିଲା ଏହି କାମୁକ । ସମ୍ଭ୍ରାନ୍ତ ଶ୍ରେଣୀର ମହିଳା ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଠକକୁ ଉଠାଇ ଆଣିଛି କମିଶନରେଟ ପୋଲିସ । ସୋସିଆଲ ମିଡିଆରେ ଏହିସବୁ ଭିଡିଓ ଛାଡି ନିଜକୁ ଜ୍ୟୋତିଷ ବୋଲି କହି ଶତାଧିକ ମହିଳାଙ୍କୁ ଚୁନା ଲଗାଇଥିବା ଜାଣିବାକୁ ପାଇଛି ପୋଲିସ । ସେପଟେ ଯଦି କୌଣସି ମହିଳା ଏଭଳି ଠକେଇର ଶିକାର ହୋଇଥାନ୍ତି,ତେବେ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ ବୋଲି ସୂଚନା ଦେଇଛି ପୋଲିସ ।





