ସମ୍ବଲପୁର, (ବାଘୁଆବାର୍ତ୍ତା): କନେଷ୍ଟେବଳଙ୍କ ମୁଣ୍ଡ ଫଟାଇଲେ, ପିକନିକ୍ ଆସି ଜେଲ୍ ଗଲେ । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ବେଗୁନିଆ ଗୋବିନ୍ଦପୁରର ମେରୁ ଜେନା , ସୁବାଶ ମୁଦୁଲି ,ଦିପକ କୁମାର ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସମ୍ବଲପୁର ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ । ମହାମହିମ ରାଜ୍ୟପାଳଙ୍କ ରହଣୀ ଆଶୋକ ନିବାସରେ ରହିଛି । ରାଜ୍ୟପାଳ ଗସ୍ତ ଦିନକ ପୂର୍ବରୁ ଅଇଁଠାପାଲି ଥାନାରେ ନିଯୁକ୍ତ ଥିବା କନେଷ୍ଟବଳ ବିଜ୍ଞେଶ୍ବର ଜେନା ଅଶୋକ ନିବାସ ନିକଟରେ କାର୍ଯ୍ୟରତ ଥିଲେ। ବେଗୁନିଆ ଅଞ୍ଚଳର ଯୁବକମାନେ ହୀରାକୁଦକୁ ପିକନିକରେ ଆସିଥିଲେ । ଏହି ପର୍ଯ୍ୟଟକମାନେ ବସ ଅଟକାଇ ଟ୍ରାଫିକ ଜାମ କରିଥିଲେ। ଏହାକୁ ନେଇ କନେଷ୍ଟବଳ ଜେନା ମନା କରିଥିଲେ। ତେବେ ମାତାଲ ଅବସ୍ଥାରେ ଥିବା ଏହି ପର୍ଯ୍ୟଟକମାନେ ବସ କିଛି ବାଟ ଯିବା ପରେ ୩ ଜଣ ଅଭିଯୁକ୍ତ ବସରୁ ଓହ୍ଳାଇ ଆସି ମୁଣ୍ଡକୁ ବାଡିରେ ଆକ୍ରମଣ କରିଥିଲେ। ଫଳରେ କନେଷ୍ଟେବଳଙ୍କ ମୁଣ୍ଡ ଫାଟିବା ଆହତ ହୋଇଥିଲେ । ଏହା ପରେ ଅଭିଯୁକ୍ତମାନେ କନେଷ୍ଟବଳଙ୍କ ୩୦୦ ଟଙ୍କା, ମୋବାଇଲ ଲୁଟ କରି ନେଇଥିଲେ। କନେଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାରେ ସ୍ଥାନାନ୍ତର କରାଯାଇଥିଲେ । ଏବେ ପୋଲିସ ଘଟଣାରେ ନେଇଛି କାର୍ଯ୍ୟାନୁଷ୍ଠାନ । ବୁର୍ଲା ଥାନାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଉ ଏବେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।





