ନୟାଗଡ଼, (ବାଘୁଆବାର୍ତ୍ତା): ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ୩ଟି ଦଫାରେ ୨ ବର୍ଷ ୭ ମାସ ଜେଲ ଦଣ୍ଡ ସହ ୩ହଜାର ୫ଶହ ଟଙ୍କା ଜରିମାନା ଶୁଣାଇଲେ ନୟାଗଡ଼ ଏସଡିଜିଏମ୍ କୋର୍ଟ । ସୂଚନା ଅନୁଜାଇ ଗତ ୨୦୨୧ ମସିହା ଜନୁଆରି ୧ ତାରିଖରେ ଇଟାମାଟି ଥାନା ବଉଳିସାଇ ଗାଁର ମନୋରମା ରଥ ଏବଂ ତାଙ୍କ ସ୍ବାମିଙ୍କୁ ସେହି ଗାଁର ପ୍ରଦିମ୍ନ କୁମାର ରଥ ଆକ୍ରମଣ କରିଥିଲେ । ଫଳରେ ଦମ୍ପତିଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ଏନେଇ ମନୋରମା ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଘଟଣାର ବିଚାର ଏସଡିଜିଏମ୍ କୋର୍ଟରେ ଚାଲିଥିଲା । କୋର୍ଟ ଉକ୍ତ ଘଟଣାରେ ମୋଟ ୧୨ ଜଣ ସାକ୍ଷ୍ୟ ଏବ ସରକାରୀ ଓକିଲ ପ୍ରଶନ୍ନ କୁମାର ରଥଙ୍କ ଯୁକ୍ତିକୁ ଆଧାର କରି ଅଭିଯୁକ୍ତ ପ୍ରଦିମ୍ନଙ୍କୁ ୩ ଟି ଦଫା ୩୪୧,୩୨୩ ଓ ୩୨୫ ରେ ମୋଟ ୨ ବର୍ଷ ୭ ମାସ ସହିତ ୩ହଜାର ୫ଶହ ଜରିମାନା ଶୁଣାଇଛନ୍ତି ନୟାଗଡ଼ ଏସଡିଜିଏମ୍ କୋର୍ଟ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ ।





