ଚଣ୍ଡୀଖୋଲ, (ବାଘୁଆବାର୍ତ୍ତା): ସିମେଣ୍ଟ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଚୋରି ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କୟଦ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କାଏମା ରୋଡ଼ରେ ଥିବା ମହାବୀର ଟ୍ରେଡ୍ରସ ସିମେଣ୍ଟ ଦୋକାନରୁ ଗତକାଲି ରାତିରେ ଦୋକାନର ଝରକା ଗ୍ରିଲ କାଟି ଅଫିସ ଭିତରେ ପଶି କ୍ୟାସ ଡ୍ରରୁ ୨୫ହଜାର ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତ ମାନେ । ତେବେ ଏହି ଚୋରିର ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି ପୁରା ସିସିଟିଭିରେ । ସୂଚନା ଥାଉକି, ବିଳମ୍ୱିତ ରାତିରେ ଦୋକାନ ବନ୍ଦ କରି ଯାଇଥିଲେ ମାଲିକ ଅଂଶୁମାନ ମାଲିକ । ତେବେ ସକାଳୁ ଦୋକାନ ଖୋଲି ଦେଖନ୍ତି ତ ଝରକା ଗ୍ରିଲ କଟାଯାଇଛି । କ୍ୟାସ ବକ୍ସ ଫାଙ୍କା ପଡିଛି । ଏହା ଦେଖିବା ପରେ ସେ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି । ଧର୍ମଶାଳା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।





