Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକ ସହ ମିଶି ସ୍ବାମୀକୁ ପୋଡି ମାରିଦେଲା ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
December 19, 2023
in Crime, State
ପ୍ରେମିକ ସହ ମିଶି ସ୍ବାମୀକୁ ପୋଡି ମାରିଦେଲା ସ୍ତ୍ରୀ
74
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): କଟକ ଚୌଦ୍ବାରରେ ଯୁବକଙ୍କୁ ପୋଡି ଫିଙ୍ଗି ଦେବା ଘଟଣାର ଖୁଲାସା କରିଛି ଚୌଦ୍ବାର ଥାନା ପୋଲିସ । ଘଟଣାରେ ସଂପୃକ୍ତ ଯୁବକଙ୍କ ପତ୍ନୀ ଓ ପ୍ରେମିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପରକୀୟା ପ୍ରୀତିରୁ ପ୍ରେମିକ ସହ ମିଶି ନିଜ ସ୍ତ୍ରୀ, ସ୍ୱାମୀକୁ ପୋଡି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ ମଙ୍ଗଳବାର କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗକାରିଣୀ ସ୍ତ୍ରୀ ହିଁ ସ୍ୱାମୀର ହତ୍ୟାକାରୀ । ପରକୀୟାପ୍ରୀତିରୁ ପ୍ରେମିକ ସହ ମିଶି ସ୍ୱାମୀକୁ ପୋଡି ମାରିଦେଲା ସ୍ତ୍ରୀ । ଆଉ ଏହି ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚିଳ କୁମାର ମହାପାତ୍ର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି ଚୌଦ୍ବାର ଥାନା ପୋଲିସ । ଗତ ୧ ତାରିଖ ଚୌଦ୍ବାର ବଦି ପଡିଆରେ ଜଣେ ଯୁବକ ନିଆଁରେ ପୋଡି ଯାଉଥିବା ନେଇ ପୋଲିସ ପାଇଥିଲା ଖବର । ଅର୍ଦ୍ଧ ଦଗ୍ଧ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । କିନ୍ତୁ ୨ ତାରିଖ ଦିନ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ନିଶ୍ଚିଳଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ସ୍ୱାମୀ ନିଶ୍ଟିଳଙ୍କୁ କେହି ପୋଡି ମାରିଦେବା ନେଇ ଗତ ୬ ତାରିଖରେ ଚୌଦ୍ବାର ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ସୁହାସିନୀ ମହାପାତ୍ର । ତେବେ ପୋଲିସ ଅଭିଯୋଗକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଆରମ୍ଭ କରିଥିଲା ଘଟଣାର ତଦନ୍ତ । ତେବେ ପୋଲିସ ମୃତ ପତ୍ନୀଙ୍କ କଲ୍ ରେକର୍ଡ ଯାଞ୍ଚରୁ ହିଁ ହତ୍ୟାକାଣ୍ଡ ରହସ୍ୟ ଖୋଲିଥିଲା ବୋଲି ଡିସିପି କହିଛନ୍ତି । ତେବେ ଅଭିଯୁକ୍ତ ସ୍ତ୍ରୀ ସୁହାସିନୀ ଓ ପ୍ରେମିକ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଥିଲା ପୋଲିସ । ହତ୍ୟାକାଣ୍ଡର ଶୀକାର ହୋଇଥିବା ନିଶ୍ଚଳ ଓ ଚୌଦ୍ବାର ଅଞ୍ଚଳର ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ପରସ୍ପର ବନ୍ଧୁ ଥିଲେ । ଯାହାକୁ ନେଇ ପୂର୍ଣ୍ଣଚନ୍ଦ୍ର ମଧ୍ୟ ନିଶ୍ଚିଳଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ତେବେ ନିଶ୍ଚଳ ପାରାଦ୍ବୀପ ପୋର୍ଟରେ ରହି କାମ କରିବା ସହ ଘରକୁ ଆସିଲେ ମଧ୍ୟ ନିଶା ସେବନ କରୁଥିଲେ । ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ର ଓ ନିଶ୍ଚିଳଙ୍କ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହା ପରକୀୟା ପ୍ରୀତିରେ ପହଞ୍ଚି ସାରିଥିଲା । ତେବେ ପତ୍ନୀ ଓ ପ୍ରେମିକ ମଧ୍ୟ ରେ କଣ୍ଟା ସାଜୁଥିବା ସ୍ୱାମୀକୁ ହଟାଇବା ପାଇଁ ଯୋଜନା କରିଥିଲେ ପତ୍ନୀ ସୁହାସିନୀ ଓ ପ୍ରେମିକ ପୂର୍ଣ୍ଣଚନ୍ଦ୍ର । ଯୋଜନା ମୁତାବକ ପୂର୍ଣ୍ଣଚନ୍ଦ୍ର ଗତ ଏକ ତାରିଖରେ ନିଶ୍ଚଳଙ୍କୁ ଗୋବିନ୍ଦପୁର ସ୍ଥିତ ଘରୁ ନେଇ ଭୁବନେଶ୍ୱରରେ ଅତ୍ୟଧିକ ନିଶା ସେବନ କରାଇଥିଲେ । ଏହାପରେ ଚୌଦ୍ବାର ଆଣି ନିଆଁ ଲଗାଇ ଫେରାର ହୋଇଯାଇଥିବା ପୋଲିସ ତଦନ୍ତ ଉଭୟ ସ୍ବୀକାର କରିଥିବା କଟକ ଡିସିପି କହିଛନ୍ତି । ତେବେ ଏଭଳି ଘଟଣାରେ ସୁହାସିନୀଙ୍କ ପରିବାର ଲୋକ କିଛି ଜାଣି ନଥିବା କହିଛନ୍ତି । ମୃତ ନିଶ୍ଚିଳଙ୍କ ବୟାନ ଓ ପତ୍ନୀଙ୍କ ଏତଲାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!