ଲମତାପୁଟ, (ବାଘୁଆବାର୍ତ୍ତା): ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ।ଗଞ୍ଜେଇ ମାଫିଆ ଫେରାର । ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ଙ୍କ ନେତୃତ୍ୱ ରେ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଜଲାପୁଟ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ ।କାରଣ ଗଞ୍ଜେଇ ଚାଲଣ ହେଉଥିବା ନେଇ ଆଗରୁ ଖବର ପାଇଥିଲା ପୋଲିସ୍ ପୋଲିସ୍ର ନାକାବନ୍ଦୀ କରି ଗାଡି ଯାଞ୍ଜ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର କୁ ଅଟକାଇ ଥିଲା। ଏହାକୁ ଦେଖି ବ୍ୟାରେକେଟ ଭାଙ୍ଗି ଗାଡି ଛାଡି ଫେରାର୍ ହୋଇଯାଇଥିଲା ମାଫିଆ। ପୋଲିସ ଗାଡ଼ିକୁ ଯାଞ୍ଚ କରିବାରୁ ୭ଟି ବସ୍ତାରେ ଏକ କୁଇଣ୍ଟାଲ ୪ କେଜି ଗଞ୍ଜେଇ ଜବତ କରିଥିଲା । ତେବେ ଏହାର ମୂଲ୍ୟ ଦଶ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି କୁହାଯାଉି। ଏହି ଗଞ୍ଜେଇ ଆନ୍ଧ୍ର ମୁଚିମ ପୁଟରୁ ରୁ ବାହାର ରାଜ୍ୟ କୁ ଯାଉଥିବା ନେଇ ପୋଲିସ ପାଖରେ ସୂଚନା ଥିଲା । କାର ନମ୍ବର କୁ ଯାଞ୍ଚ କରିବା ପାରେ ଗାଡି ମାଲିକ ନାମରେ NDPS ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଲମତାପୁଟ ପୋଲିସ ।





