Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେବଗଡ଼ରୁ ଅପହରଣ, ସୁନ୍ଦରଗଡ଼ରୁ ଉଦ୍ଧାର, ଦୁର୍ବୃତ୍ତ ଫେରାର

by ସଞ୍ଜୟ ସ୍ୱାଇଁ
December 19, 2023
in Crime, State
ଦେବଗଡ଼ରୁ ଅପହରଣ, ସୁନ୍ଦରଗଡ଼ରୁ ଉଦ୍ଧାର,  ଦୁର୍ବୃତ୍ତ ଫେରାର
66
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ଦେବଗଡ଼ରୁ ଅପରହଣ । ସୁନ୍ଦରଗଡ଼ରୁ ଉଦ୍ଧାର । ଦେବଗଡ଼ରେ ଜେଜେମା କୋଳରୁ ଶିଶୁ ଅପହରଣ ଘଟଣାରେ ପୋଲିସକୁ ମିଳିଛି ସଫଳତା । ହେଲେ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍‌ ମାରିଛି ପୋଲିସ । ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ । ଖବର ଅନୁଯାୟୀ, ସୋମବାର ଦିନ ବ୍ୟବସାୟୀ ଆଲୋକ ଅଗ୍ରଓ୍ୱାଲ୍‌ଙ୍କ ପାଞ୍ଚ ବର୍ଷ ଶିଶୁ କନ୍ୟା ଟିଉସନ ସାରି ଜେଜେମା ସହିତ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଦଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଶିଶୁକନ୍ୟାଙ୍କ ଜେଜେମାଙ୍କୁ ଧକ୍କା ମାରିଥିଲେ । ଏହାପରେ ତାଙ୍କ କୋଳରୁ ପାଞ୍ଚ ବର୍ଷର ଶିଶୁ କନ୍ୟାଙ୍କୁ ନେଇ ଫେରାର ମାରିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏପିରିକି ଅପହରଣ ହୋଇଥିବା ସ୍ଥାନରୁ ସମସ୍ତ ଗାଡି ମଟର ଯାଞ୍ଚ କରିଥିଲା । ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଦେବଗଡ଼ ପୋଲିସକୁ ମିଳିଛି ସଫଳତା । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳରୁ ଶିଶୁକନ୍ୟାକୁ ଉଦ୍ଧାର କରିଛି । ଅପହରଣ କରିଥିବା ଦୁର୍ବୃତ୍ତମାନେ ରାସ୍ତାରେ ଶିଶୁକନ୍ୟାଙ୍କୁ ଛାଡି ଫେରାର ମାରିଥିଲେ । ସେପଟେ ପୋଲିସ ଘଟଣାରେ ତଦନ୍ତକୁ ଜୋରଦାର କରିଛି । କପଡ଼ା ବ୍ୟବସାୟୀ ଆଲୋକ ଅଗ୍ରଓ୍ୱାଲଙ୍କ ଝିଅ ପିହୁ ଅଗ୍ରଓ୍ୱାଲଙ୍କୁ କାହିଁକି ଅପହରଣ କରାଯାଇଥିଲା । ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!