ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲାରେ ମାତିଲେ ଲୁଟେରା । କିଲୋ ସୁନା ସହ ନଗଦ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଛୁରା ମାଡ କରି ୧ କେଜି ସୁନା ସହ ଲୁଟି ନେଲେ ଦୁର୍ବୃତ୍ତ । ମାଲ ଗୋଦାମ ସାଇ ମନ୍ଦିର ନିକଟରେ ଏହି ଲୁଟ୍ ହୋଇଥିବା ସୂଚନା । ବାସନ୍ତୀ କଲୋନୀ ସୁନା ବ୍ୟବସାୟୀ ପ୍ରଦୀପ କୁମାର ସୋନିଙ୍କ ଠାରୁ ଏହି ଲୁଟ୍ ହୋଇଛି । ବ୍ୟବସାୟ ପାଇଁ କୋଲକାତାରୁ ୧ କେଜି ସୁନା ଧରି ଟ୍ରେନରେ ଆସୁଥିଲେ ବ୍ୟବସାୟୀ । ଶୁକ୍ରବାର ସକାଳୁ ସେ ରାଉରକେଲାରେ ଓହ୍ଲାଇ ସହଯୋଗୀଙ୍କ ସ୍କୁଟରେ ବାସନ୍ତୀ କଲୋନି ଅଭିମୁଖେ ବାହାରିଥିଲେ । ଠିକ୍ ଏହି ସମୟରେ ଲୁଟେରାମାନେ ପୂର୍ବରୁ କରି ରଖିଥିବା ଯୋଜନା ମୁତାବକ ବାଟରେ ଛୁରା ମାଡ କରି ୧ କେଜି ସୁନା ସହ ୨୦ ଲକ୍ଷ ଲୁଟି ନେଇଥିଲେ । ତେବେ ଦୁର୍ବୃତ୍ତଙ୍କ ଛୁରା ମାଡରେ ସାମାନ୍ୟ ଆହତ ହୋଇଛନ୍ତି ବ୍ୟବସାୟୀ ଜଣଙ୍କ । ସେପଟେ ଅଭିଯୋଗ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।





