Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପେଷାରେ ଶିକ୍ଷକ, ନିଶା ଥିଲା ଗଞ୍ଜେଇ ବେପାର, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
December 1, 2023
in Crime, State
ପେଷାରେ ଶିକ୍ଷକ, ନିଶା ଥିଲା ଗଞ୍ଜେଇ ବେପାର, ବାନ୍ଧିଲା ପୁଲିସ
206
VIEWS
Share on FacebookShare on Twitter

ବଲାଙ୍ଗିର (ବାଘୁଆବାର୍ତ୍ତା): ପେଷାରେ ଶିକ୍ଷକ, ହେଲେ ନିଶା ଥିଲା ଗଞ୍ଜେଇ ବେପାର। ଗାଡ଼ିରେ ନକଲି ନମ୍ବର ଲଗାଇ କରୁଥିଲେ ଚାଲାଣ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା ଅଞ୍ଚଳରୁ। ୨୦୨୨ ମସିହା ଘଟଣାର ଆଜି ପୁଲିସ ପର୍ଦ୍ଦାଫାସ କରିଛି। ଏହି ଅଭିଯୋଗରେ ପୁଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ବୌଦ୍ଧ ଜିଲ୍ଲାର ଉଦ୍ଧବ ଦୀପକ ଏକ ସ୍କୁଲର ଶିକ୍ଷକ। ସେ ଓ ତାଙ୍କ ସାଥୀ ୨୦୨୨ ମସିହା ଜାନୁଆରୀ ୭ ତାରିଖରେ ଏକ ଟାଟା ଟିଆଗୋରେ ଗଞ୍ଜେଇ ଭର୍ତ୍ତିକରି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳ ଦେଇ ଯାଉଥିଲା। ତେବେ କପସିଲା ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିବା ଦେଖି ଚମ୍ପଟ ମାରିଥିଲେ ଦୀପକ ଓ ତାଙ୍କ ସାଥୀ। ତୁଷୁରା ପୁଲିସ ଗାଡ଼ିରୁ ୫୧ କେଜି ଗଞ୍ଜେଇ ଜବତ କରିଥିଲା। ଏଥି ସହ ଉକ୍ତ ଗଞ୍ଜେଇ ଥିବା ଗାଡ଼ିକୁ ମଧ୍ୟ ହେପାଜତକୁ ନେଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଗାଡ଼ି ନମ୍ବଟି ନକଲି। ତାପରେ ପୁଲିସ ଗାଡ଼ିର ଚେଚିସ ନମ୍ବରକୁ ଯାଞ୍ଚ କରିଥିଲା। ସେଇ ସମୟରେ ପୂରା ଘଟଣା ଉପରୁ ପରଦା ହଟିଥିଲା। ଜବତ ହୋଇଥିବା ଗାଡ଼ିଟି ଦୀପକଙ୍କର ବୋଲି ସ୍ପଷ୍ଟ ହୋଥିଲା। ଏହା ପରେ ପୁଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ଦୀପକ ପୁଲିସକୁ ଚକମା ଦେଇ ଘୂରିବୁଲୁଥିଲେ। ଧରା ନପଡ଼ିବା ପାଇଁ ଦୀପକ କୁଆଡ଼େ ଦୁଇ ମାସ ଖଣ୍ଡେ ସ୍କୁଲ ଯାଇନଥିଲେ। ମାମଲାର ଶିଥିଳତା ଦେଖିବା ପରେ ଦୀପକ ନିୟମିତ ସ୍କୁଲ ଯାଉଥିଲେ। ସେ ଭାବି ଥିଲେ ପୁଲିସ ପ୍ରାୟ ସବୁ ଭୁଲିଯାଇଛି। ହେଲେ ପୁଲିସ ରେକର୍ଡ଼ରୁ ଦୀପକର ନାଁ ଯାଇନଥିଲା। ଆଜି ତୁଷୁରା ପୁଲିସ ବୌଦ୍ଧ ପୁଲିସ ସହାୟତାରେ ସ୍କୁଲରେ ପହଞ୍ଚିଥିଲା। ଆଉ ଅଭିଯୁକ୍ତ ଶିକ୍ଷକ ଦୀପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ତାଙ୍କ ସାଥୀ ଏବେ ମଧ୍ୟ ଫେରାର ରହିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!