ନୟାଗଡ଼, (ବାଘୁଆବାର୍ତ୍ତା): ଫୁଲବାଣୀ ରୁ ଖୋର୍ଦ୍ଧା କୁ ବସ ଯୋଗେଁ ରୀତିମତ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଏହି ଖବର ପାଇବା ପରେ ଅବକାରୀ ପୋଲିସ ଆରମ୍ଭ କରିଥିଲା ଅପରେସନ । ଚୋରା ଚାଲାଣ କାରୀଙ୍କୁ ଧରିବା ପାଇଁ ଅବକାରୀ ପୋଲିସ ବିଛାଇଥଲା ଜାଲ । ବଡ଼ ପୋଖରୀଆ ବସଷ୍ଟାଣ୍ଡରେ ଅଭିଯୁକ୍ତ ଜଣକ ବସରେ ଖୋର୍ଦ୍ଧା କୁ ଗଞ୍ଜେଇ ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ବେଳେ ମାଡି ବସିଥିଲା ଅବକାରୀ ପୋଲିସ । ଅଭିଯୁକ୍ତ ଠାରୁ ୩ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ପୋଲିସ । ଗିରଫ ଅଭିଯୁକ୍ତ ର ନାମ ପ୍ରମୋଦ କୁମାର ପ୍ରଧାନ, ବୟସ ୫୦, ଘର ସାନଗଡ଼ୁ ଗ୍ରାମର ପୋଷ୍ଟ କେରେଡ଼ି । ଫୁଲବାଣୀ ସଦର ଥାନା ବୋଲି ଜଣା ପଡିଛି । ଏହି ଚଢ଼ାଉ ରେ ଇନ୍ସପେକ୍ଟର ନାରାୟଣ ଜେନା, ଏଏସଆଇ ବିଶ୍ଵମ୍ବର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।





