ଲମତାପୁଟ, (ବାଘୁଆବାର୍ତ୍ତା): ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋଲା ଚାଲାଣ । ମାଡିବସିଲା ନନ୍ଦପୁର ପୋଲିସ । ୧୩ ଲକ୍ଷ ଟଙ୍କା ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ନନ୍ଦପୁର ପୋଲିସ । ଟ୍ରାକ୍ଟରରେ ସ୍ୱତନ୍ତ୍ର ଚାମ୍ବର ତିଆରି କରି ଅଭିନବ ଉପରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ନନ୍ଦପୁର ପୋଲିସ ଗୁଇନ୍ଦା ସୁତ୍ରରୁ ଖବର ପାଇ ଡାକବଙ୍ଗଳା ଛକ ନିକଟରେ ନାକା ବନ୍ଦୀ କରିଥିଲା । ଏହି ସମୟରେ ଆସୁଥିବା ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲା । ଆଉ ଏହି ଯାଞ୍ଚରେ ପୋଲିସକୁ ୧ କ୍ୱିଣ୍ଟାଲ୍ ୨୮ କେଜି ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶ ମୁଚିମପୁରରୁ ଶିମିଳିଗୁଡ଼ା ଯାଉଥିଲା । ପରେ ସେଠାରୁ ଛତିଶଗଡ଼ ଚାଲାଣ ହୋଇଥାନ୍ତି । ସେହିପରି ଏହି ଗଞ୍ଜେଇ କାରବାରରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଟ୍ରାକ୍ଟର ଡ୍ରାଇଭର ରାୟଗଡ଼ା ଜିଲ୍ଲା କେ. ସିଂପୁର ଅଞ୍ଚଳର ଧର୍ମେନ୍ଦ୍ର ଖଦରା ବୋଲି ଜଣାପଡିଛି । ପୋଲିସ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ।





