ପୁରୀ, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ପୁରୀ ଚୁଡଙ୍ଗ ସାହି ଖୁଣ୍ଟିଆ ବଗିଚାର ରଞ୍ଜନ ଭୋଇଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ରଞ୍ଜନ ଅପରାହ୍ନରେ ନିଜ ଘର ପାଖରେ ଠିଆ ହୋଇ ରାସ୍ତା ମରାମତି କାମ ଦେଖୁଥିବାବେଳେ ଦଶ ରୁ ବାର ଜଣ ଯୁବକ ମାରଣାସ୍ତ୍ର ଧରି ହଠାତ୍ ଆସି ପହଁଚି ତାଙ୍କୁ ଆକ୍ରମଣ କରିଛନ୍ତି । ରଞ୍ଜନ ଟାଉନ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ସଙ୍ଗେ ସଙ୍ଗେ ରଞ୍ଜନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରିଛନ୍ତି । ରଞ୍ଜନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଦୁର୍ବୃତ୍ତ ମାନେ କାହିଁକି ଏପରି କାଣ୍ଡ ଘଟାଇଲେ ପୋଲିସ ତଦନ୍ତ ଜାରି ରଖିଛି।






