ବାଲେଶ୍ଵର, (ବାଘୁଆବାର୍ତ୍ତା): ନବଜାତ ଶିଶୁର ମୃତଦେହ ଠାବ । ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅରଡ ବଜାରରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅରଡ ବଜାର ଲୁଣିଆ ଝୋଡି ପୋଲ ନିକଟରେ ଏକ ନବଜାତ ଶିଶୁର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏକ ବ୍ୟାଗ୍ରେ ରହିଥିଲା ନବଜାତର ମୃତଦେହ । ଯାହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଏଠାରେ ମୃତଦେହ ଫିଙ୍ଗିଛି । ବର୍ତ୍ତମାନ ଯାଏଁ ତାହା ଅସ୍ପଷ୍ଟ ରହିଛି ।





