ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦଶପଲ୍ଲାରୁ ଦୁଇ ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ । ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ । ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଗ୍ରାହକ ସାଜି ମାଡିବସିଲା ଏସ୍ଟିଏଫ୍ । ଦୁଇ ବାଘ ଛାଲ ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ । ୧୦ ଲକ୍ଷରେ ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ । କୌଣସି ସୁତ୍ରରୁ ଖବର ପାଇଥିଲା ଏସ୍ଟିଏଫ୍ । ପ୍ଲାନ୍ ମୁତାବିକ ଗ୍ରାହକ ସାଜି କରୁଥିଲା ଡିଲ୍ । ଆଉ ଏହି ଡିଲ୍ ବେଳେ ଦୁଇ ଜଣ ବାଘ ଛାଲ୍ ବେପାରୀଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ନୟାଗଡ଼ ଦଶପଲ୍ଲାରୁ ଉଭୟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ତେବେ ବାଘକୁ କେଉଁ ଜଙ୍ଗଲରୁ ମରାଯାଇଛି । ସେନେଇ ଖୋଳତାଡ଼ ଚାଲିଛି ।





