Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଭାପତିଙ୍କ ଜାଲ ଦସ୍ତଖତ କରି ଟଙ୍କା ହଡ଼ପ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

by ସଞ୍ଜୟ ସ୍ୱାଇଁ
April 26, 2023
in Crime, State
ସଭାପତିଙ୍କ ଜାଲ ଦସ୍ତଖତ କରି ଟଙ୍କା ହଡ଼ପ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ
266
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ସ୍କୁଲ ହଷ୍ଟେଲ ପିଲାମାନଙ୍କ ଖାଦ୍ୟ ପେୟ ଓ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ଆସିଥିବା ୨ ଲକ୍ଷ ୪୫ ହଜାର ଟଙ୍କା ହଡ଼ପ କରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବାହାବଲ ସ୍କୁଲର ପ୍ରଧାନଶିକ୍ଷକ ନେହେରୁ ତାଣ୍ଡିଙ୍କ ବିରୋଧରେ ଏହି କାର‌୍ୟ୍ୟାନୁଷ୍ଠାନ ହୋଇଛି। ସ୍କୁଲ କମିଟି ସଭାପତିଙ୍କ ଜାଲ ଦସ୍ତଖତ କରି ସେ ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଠାଇ ନେଇଥିଲେ। ଏନେଇ ଗ୍ରାମବାସୀ ଓ ସ୍କୁଲ କମିଟି ତୁରେକେଲା ବିଇଓ ଅଫିସରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ସ୍ଥାନୀୟ ଥାନାରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଟଙ୍କା ହଡ଼ପ ନେଇ ଏତଲା ଦେଇଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ସେପଟେ ଅଭିଯୋଗକୁ ଭିତ୍ତି କରି ଅତିରିକ୍ତ ବିଇଓ ଫକୀର ମୋହନ ବିଶିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ତୁରେକେଲା ବିଇଓ ସୁରେନ୍ଦ୍ର ପୁରୋହିତ। ତଦନ୍ତ ପରେ ଟଙ୍କା ହଡ଼ପ ଚକ୍ରାନ୍ତ ଜଣାପଡ଼ିଥିଲା। ସ୍କୁଲ କମିଟି ସଭାପତିଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ କରିଥିବା ସ୍ୱୀକାର କରିଥିଲେ ପ୍ରଧାନଶିକ୍ଷକ ନେହେରୁ ତାଣ୍ଡି। ରିପୋର୍ଟ ପାଇବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି ତୁରେକେଲା ବିଇଓ ସୁରେନ୍ଦ୍ର ପୁରୋହିତ। ତେବେ ଏହି ଘଟଣାରେ ଚୁପ୍ ରହିଛି ପୁଲିସ। ଯାହାକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି ଓ ଅସନ୍ତୋଷ ପ୍ରକାଶ ପାଇଛି। ବିଇଓ ସୁରେନ୍ଦ୍ର ପୁରୋହିତ କହିଛନ୍ତି, ପଦବୀର ଦୁରୁପୋଯୋଗ କରି ତଥା ମନ୍ଦ ଉଦ୍ଦେଶ୍ୟ ରଖି ଏହି ପ୍ରଧାନଶିକ୍ଷକ ଟଙ୍କା ହଡ଼ପ କରିଥିଲେ। ତାଙ୍କୁ ନିଲମ୍ବନ କରିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!