Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଭାଣେଜୀକୁ ଗର୍ଭବତୀ କଲା ମାମୁଁ, ଘରେ ନିଆଁ ଲଗାଇ ଫେରାର, ଥାନାରେ ମାମଲା

by ସଞ୍ଜୟ ସ୍ୱାଇଁ
April 26, 2023
in Crime, State
ନାବାଳିକା ଭାଣେଜୀକୁ ଗର୍ଭବତୀ କଲା ମାମୁଁ, ଘରେ ନିଆଁ ଲଗାଇ ଫେରାର, ଥାନାରେ ମାମଲା
908
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମାମୁଁ ଭାଣେଜି ସମ୍ପର୍କରେ କଳଙ୍କ । ନାବାଳିକା ଭାଣେଜୀକୁ ୬ ମାସର ଗର୍ଭବବତୀ କଲା ମାମୁଁ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ । ବିବାହ କରିବାକୁ ବାଧ୍ୟ କରିବାରୁ ଘରେ ନିଆଁ ଲଗାଇ ଚମ୍ପଟ ମାରିଛି ମାମୁଁ । ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତ ମାମୁ ପୂର୍ଣ୍ଣ ବେହେରାକୁ ପୁଲିସ ଖୋଜାଖୋଜି କରୁଛି। ନାବାଳିକାର ବାପାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମାମୁ ପୁର୍ଣ୍ଣ ତାଙ୍କ ଘରେ ଆସି ରହୁଥିଲା। ନାବାଳିକାଙ୍କ ମା’ ଦିନ ମଜୁରୀ ଭାବେ କାମ କରିବାକୁ ବାହାରକୁ ଯାଆନ୍ତି। ଘରେ ଛୋଟ ପୁଅ ଓ ନାବାଳିକା ରହିଥାନ୍ତି। ଏହି ସମୟରେ ସମ୍ପର୍କୀୟ ମାମୁ ନାବାଳିକା ସହ ଶାରୀରିକ ସଂପର୍କ ରଖି ୬ ମାସ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ନାବାଳିକା ମା’ ଏହା ଜାଣିବା ପରେ ଲୋକ ନିନ୍ଦାକୁ ଡରି କାହାକୁ କିଛି କହି ନଥିଲେ। ଝିଅକୁ ବିବାହ କରିବାକୁ ସମ୍ପର୍କୀୟ ଭାଇ ପୁର୍ଣ୍ଣକୁ କହିଥିଲେ। ପୁର୍ଣ୍ଣ ଏଥିରେ ରାଜି ହୋଇ ନଥିଲେ। ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ପୁର୍ଣ୍ଣ ଘରେ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। ସୌଭାଗ୍ୟବଶଃତ ଏଥିରେ କାହାର କିଛି କ୍ଷତି ହୋଇନଥିଲା। ହେଲେ ଘରଟି ପୋଡ଼ି ପାଉଁଶ ହୋଇଯାଇଥିଲା। ନୟାଗଡ଼ ଚାଇଲ୍ଡ ଲାଇନ ଏନେଇ ଖବର ପାଇବା ପରେ ନାବାଳିକା ପାଖରେ ପହଞ୍ଚିଥିଲା। ଚାଇଲ୍ଡ ଲାଇନ ପକ୍ଷରୁ ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୁକ୍ତ ମାମୁ ପୁର୍ଣ୍ଣକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!