Friday, July 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ ଜରିଆରେ ନକଲି ଫଟୋ ଓ ନକଲି ନାଁ ବ୍ୟବହାର କରି ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣେ ଯୁବତୀ ଗିରଫ

by ସଞ୍ଜୟ ସ୍ୱାଇଁ
September 11, 2021
in Crime, State
ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ ଜରିଆରେ ନକଲି ଫଟୋ ଓ ନକଲି ନାଁ ବ୍ୟବହାର କରି ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣେ ଯୁବତୀ ଗିରଫ
83
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ ଜରିଆରେ ନକଲି ଫଟୋ ଓ ନକଲି ନାଁ ବ୍ୟବହାର କରି ୧୦ରୁ ଅଧିକ ଯୁବକଙ୍କୁ ଚୁନ ଲଗାଇଥିବା ଜଣେ ଯୁବତୀଙ୍କୁ ଗିରଫ କରିଛି ଭୁବନେଶ୍ୱରର ସହିଦ ନଗର ଥାନା ପୁଲିସ୍‌। ତାଙ୍କ ନାଁ ପ୍ରିୟଙ୍କା ପ୍ରିୟଦର୍ଶୀନି ପରିଡ଼ା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରର ନାଚୁଣୀ ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ପ୍ରିୟଙ୍କା ଫେସ୍‌ବୁକ୍ ଓ ହ୍ୱାଟ୍ସଆପ୍‌ରେ ଅନେକ ନକଲି ଆକାଉଣ୍ଟ ଖୋଲିଥିଲେ। ସେଥିରେ ଅନ୍ୟ ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଦେଉଥିଲେ। ନାଁ ବି ଭିନ୍ନ ଭିନ୍ନ ରଖୁଥିଲେ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ଆଇଟି ପ୍ରଫେସ୍‌ନାଲ୍ ଭାବେ ପରିଚୟ ଦେଉଥିଲେ। ସେହିଭଳି ଆଉ କେଉଁ ଆକାଉଣ୍ଟରେ ନିଜକୁ ବ୍ୟୁଟିସିଆନ୍ ବୋଲି ଦର୍ଶାଇଥିଲେ। ଆଉ ଏମିତି କରି ଯୁବକମାନଙ୍କୁ ପ୍ରେମ ନିବେଦନ କରୁଥିଲେ। ତାଙ୍କ ପ୍ରେମ ଜାଲରେ ୧୦ରୁ ଅଧିକ ଯୁବକ ପଡ଼ିଥିଲେ। ଥରେ ଯୁବକମାନେ ତାଙ୍କ ଜାଲରେ ପଡ଼ିବା ପରେ ସେ ବିଭିନ୍ନ ପ୍ରକାରର ବାହାନା କରି- କେତେବେଳେ ପାଠପଢ଼ା ପାଇଁ ତ କେବେଳେ ଘରର ଅସୁବିଧା ବା ଦେହ ଖରାପ କହି ଟଙ୍କା ଲୁଟୁ ଥିଲେ। ସେମାନଙ୍କ ଠାରୁ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ ପ୍ରିୟଙ୍କା। ଟଙ୍କା ପାଇ ସାରିବା ପରେ ସେ ଆକାଉଣ୍ଟ ବନ୍ଦ କରି ଦେଉଥିଲା। କେହି ଭିଡିଓ କଲ୍‌ କଲେ ସେ ଫୋନ୍ ଉଠାଉ ନଥିଲେ। ଏହି ଯୁବକମାନଙ୍କ ମଧ୍ୟରୁ ଜଣଙ୍କ ଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଚଳୂ କରିଥିଲେ। ନିଜକୁ ଡାକ୍ତର ଆଦ୍ୟାଶା ସାମନ୍ତରାୟ ଭାବେ ପରିଚୟ ଦେଇ ସେହି ଯୁବକ ଜଣଙ୍କୁ ବିଭିନ୍ନ କଥା କହି ଟଙ୍କା ଲୁଟି ଥିଲେ। ତେବେ ସନ୍ଦେହ ହେବାରୁ ଖୋଳତାଡ଼ କରିବା ପରେ ପ୍ରିୟଙ୍କାଙ୍କ ପ୍ରକୃତ ପରିଚୟ ଜାଣିବାକୁ ପାଇଥିଲେ ଏହି ଯୁବକ ଜଣଙ୍କ। ତା’ସହିତ ସେ ଅନ୍ୟମାନଙ୍କୁ ମଧ୍ୟ ଏମିତି ଢଙ୍ଗରେ ଲୁଟି ଥିବା ଯୁବକ ଜଣଙ୍କ ଜାଣିବାକୁ ପାଇଥିଲେ। ତା’ପରେ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ କରି ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ପୁଲିସ୍ କହିଛି। ଏହା ସହିତ ଏହି ଯୁବତୀଙ୍କ ଦ୍ୱାରା ଲୁଟ୍‌ର ଶିକାର ହୋଇଥିବା ଅନ୍ୟ ଯୁବକମାନଙ୍କୁ ଥାନାରେ ଏତଲା ଦେବାକୁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!