Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍

by ସଞ୍ଜୟ ସ୍ୱାଇଁ
July 7, 2021
in Crime, State
ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍
167
VIEWS
Share on FacebookShare on Twitter

ବଡ଼ବିଲ, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ରୁଗୁଡ଼ି ପୋଲିସକୁ ବଡ଼ ସଫଳତା । ଲୁହାପଥର ଗୁଣ୍ଡ ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍ । ପ୍ରାୟ ୨୫ କି.ମି ଯାଏଁ ପିଛା କରି ଚମ୍ପୁଆ ଥାନା, ରିମୁଳି ନିକଟରୁ ୭ଟି ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ୍ ଜବତ କରିଛି ପୋଲିସ। ଏହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ୭ଟି ହାଇୱା ଟ୍ରକରେ ଝାଡଝଣ୍ଡକୁ ଲୁହାପଥର ଗୁଣ୍ଡ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରୁଗୁଡ଼ି ପୋଲିସ୍ ଚଢାଉ କରିଥିଲା। ବଡ଼ବିଲ ଥାନା ରୋଇଡ଼ା ଛକରେ ଜଗିରହି ଏହି ସବୁ ଗାଡ଼ିକୁ ପୋଲିସ୍ ଅଟକାଇଥିଲା। ହେଲେ ଗାଡ଼ି ଗୁଡିକ ନଅଟକି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ୨୫ କି.ମି. ଯାଏଁ ପିଛା କରି ଚମ୍ପୁଆ ଥାନା, ରିମୁଳି ନିକଟରୁ ଟ୍ରକ ଗୁଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା ପୋଲିସ୍ । ୪ଜଣ ଡ୍ରାଇଭର ଗାଡ଼ି ଗୁଡ଼ିକୁ ଛିଡା କରି ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ୩ଜଣ ଡ୍ରାଇଭରଙ୍କୁ ପୋଲିସ୍ କାବୁ କରିଛି । ଜବତ ହୋଇଥିବା ୭ଟି ଟ୍ରକରେ ପାଖାପାଖି ୧୫୦ ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ ବୋଝେଇ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି । ଜାଲ୍ କାଗଜପତ୍ର ଜରିଆରେ ଏହି ଲୁହା ପଥର ଗୁଣ୍ଡ ସବୁ ଝାଡଖଣ୍ଡକୁ ଚୋରା ଚାଲାଣ କରାଯାଉଥିବା ପୋଲିସକୁ ସୂଚନା ମିଳିଛି। ଏହି ଚୋରା କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଗାଡ଼ି ମାଲିକଙ୍କ କିଭଳି ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!