ତୁରୁମୁଙ୍ଗା, (ବାଘୁଆବାର୍ତ୍ତା): ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜନୈକ ଯୁବକ ଶୋଇଥିବା ଅବସ୍ଥାରେ ତାଙ୍କର ତଣ୍ଟି କାଟିଛନ୍ତି ଆଉ ଜଣେ ଯୁବକ। ଗୁରୁତର ଅବସ୍ଥାରେ ଘଟଣାର ଶିକାର ହୋଇଥିବା ଭାଗୀରଥି ମୁଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ତୁରୁମୁଙ୍ଗାର ଭାଗୀରଥି ନାମକ ଜଣେ ଯୁବକ ଗତ ୬ମାସ ହେବ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ନେଇ ପଳାଇ ଆସିଥିଲେ। ଆଜି ଦ୍ବିପ୍ରହରରେ ଭାଗୀରଥି ଶୋଇଥିବା ସମୟରେ ଉକ୍ତ ମହିଳାଙ୍କ ସ୍ୱାମୀ ଭାଗିରଥୀଙ୍କ ତଣ୍ଟି କାଟିଥିବା ଅଭିଯୋଗ ହୋଇଛି । ଭାଗିରଥୀଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ବେଳେ ଖବରପାଇ ପୋଲିସ ତଦନ୍ତ ଜାରି ରଖିଛି ।





