ଭଦ୍ରକ (ବାଘୁଆବାର୍ତ୍ତା): ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଆଜି ବହୁ ଚର୍ଚ୍ଚିତ କ୍ୟାମେରା ମେନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ପ୍ରଥମ ସାକ୍ଷି ବାଂଶଡା ଥାନା ସଦାନନ୍ଦପୁର ଗ୍ରାମର ବାପୁ ଓରଫ ଦେବାଶିଶ ଜେନାଙ୍କ ଦ୍ଵିତୀୟ ପର୍ୟ୍ୟାୟ ସାକ୍ଷ୍ୟ ଗ୍ରହଣ ହୋଇଛି.ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଛି.ତେବେ ଅଭିଯୁକ୍ତ ଶର୍ମିଷ୍ଟା , ତାର ସହଯୋଗି ଝୁନା ଭୋଇ ଏବଂ ଅନ୍ୟ ଦୁଇ ଅପରାଧି ଏବେ ଭଦ୍ରକ ଜେଲରେ ବିଚାରାଧିନ ବନ୍ଦୀ ଭାବରେ ଅଟକ ଅଛନ୍ତି। ସେମାନଙ୍କୁ ବ୍ୟକ୍ତିଗତ ଭାବରେ କଡାସୁରକ୍ଷା ମଧ୍ୟରେ ଜେଲରୁ ଆଣି କୋର୍ଟରେ ହାଜର କରା ଯାଇଥିଲା। ତେବେ ଗତ ମାର୍ଚ୍ଚ ମାସ ୨୭ ତାତିଖାରେ ଦେବାଶିଷ ତାଙ୍କ ବୟାନରେ କହିଥିଲେ ଯେ ତାଙ୍କ ଅଂଚଳର ସମସ୍ତ ଭିଡିଓ ସୁଟିଂ କଲ ସେ ମାନସ ସ୍ବାଇଁଙ୍କୁ ଦିଅନ୍ତି.ପଳାସପୁର ଗ୍ରାମର ବଳଭଦ୍ର ଭୋଳଙ୍କ କନ୍ୟା ବାହାଘର କଲ ମଧ୍ୟ ସେ ମାନସକୁ ଦେଇଥିଲେ. ମାନସ ୨୦୨୨ ମସିହା ଫେବୃଆରି ୫ ତାରିଖ ସଂଧ୍ୟାରେ ଭୁବନେଶ୍ବରରୁ ତାର ଜଣେ ସହଯୋଗି ସହ ଆସି ତାଙ୍କ ପାଖରେ ପହଞ୍ଚି ଥିଲା.ତାକୁ ନେଇ ବଳଭଦ୍ର ଭୋଳ ଘରେ ସେ ୬ ତାରଖ ସକାଳେ ଛାଡି ଆସିଥିଲା ଓ ୭ ତାରିଖ ତା ସ୍କୁଟିରେ ଉଭୟଙ୍କୁ ନେଇ ଫେରିଥିଲା।ପଳାସପୁର ମନ୍ଦିର ପାଖରେ ସ୍ବାଧିକାର ନ୍ୟୁଜ ଚେନାଲ ସାମ୍ବାଦିକ ଶରତ ପଣ୍ଡା ତାଙ୍କୁ ଅଟକାଇଲା ଓ ସେ ରହିବା ପରେ ତାଙ୍କ ପଛରେ ଥିବା OD 02 6599 କାର ଯେଉଁ ଥିରେ ପ୍ରେସ ଲେଖାଥାଇ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଆସି ମାନସକୁ ମୋବାଇଲ କ୍ୟମେରା ଓ ଚିପ ମାଗିଥିଲେ। ସେ ମନା କରିବାରୁ ସେମାନେ ତା ଗାଲକୁ ଦୁଇ ଚାପୁଡା ମାରି କାର ଭିତରକୁ ଘୋଷାରି ନେଇ ବସାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନା ଭୋଇକୁ ସେ ଚିହ୍ନିଥିଲା.ମାତ୍ର ଜେଲରେ ଥିବା ରଂଜନ ବିଷୟରେ କିଛି କହି ପାରି ନ ଥିଲା.ପ୍ରକାଶ ଥାଉକି କ୍ରାଇମ ବ୍ରାଞ୍ଚ ତରଫରୁ ଯେଉଁ ଚିହ୍ନଟ ପ୍ରକ୍ରିୟା (ଟି.ଆଇ.ପ୍ୟାରେଡ) ହୋଇ ଥିଲା ସେତେ ବେଳେ ଶର୍ମିଷ୍ଠା, ତାର ସହଯୋଗି ଝୁନା ଓ ବିବେକକୁ ଚିହ୍ନିଥିଲା। ମାତ୍ର ବିବେକ ଗତ ତାରିଖରେ ନିଜର ଅସୁସ୍ଥତା ଦର୍ଶାଇ କୋର୍ଟରେ ହାଜର ହୋଇ ନ ଥିଲା.ତେବେ ତାର ମାଜିଷ୍ଟ୍ରେଟ ଆଗରେ ଦେଇଥିବା ଫୌଜଦାରି କାର୍ୟ୍ୟବିଧି ଆଇନର ୧୬୪ ଦଫାର ବୟାନ କାଗଜ ପତ୍ର ଅପରପକ୍ଷ ଓକିଲ ପାଇ ନ ଥିବାରୁ ଗତ ତାରିଖରେ ତାକୁ ଅପରପକ୍ଷ ଓକିଲ ଜେରା ନ କରି ତାକୁ ଜେରା ପାଇଁ ଆଜି ତାରିଖ ରଖା ଯାଇଥିଲା. ଆଜି ଦିନ ତମାମ ଦେବାଶିଷକୁ ଅଭିଯୁକ୍ତ ମାନଙ୍କ ଓକିଲମାନେ ଗୋଡେଇ ଟୁଡ଼େଇ ଅନେକ ପ୍ରଶ୍ନ ପଚାରିଟାଜିଲେ ଯାହାର ଉତ୍ତର ସଠିକ ଭାବରେ ସେ ପ୍ରଦାନ କରିଥିଲେ ବୋଲି ସରକାରି ଓକିଲ ପ୍ରଦୀପ୍ତ କୁମାର ସାମଲ ପ୍ରକାଶ କରିଛନ୍ତି।





