ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ତ୍ରୀକୁ ଖୁସି କରିବାକୁ ଝାମ୍ପୁଥିଲା ସୁନା ଚେନ୍ । ବାଇକ୍ରେ ଆସି ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ରାଜଧାନୀ ମାର୍କେଟରୁ ମହିଳାଙ୍କ ବେକରୁ ସୁନା ଚେନ୍ ନେଇ ଚମ୍ପଟ ମାରିଥିବା ଲୁଟେରା ଏବେ ପୋଲିସ ହାତରେ ଧରାପଡିଛି । କମିସନରେଟ୍ ପୋଲିସ ଓ ବଡଗଡ ଥାନାର ମିଳିତ ଉଦ୍ୟମରେ କୁଖ୍ୟାତ ଅପରାଧୀ ଦରାପଡିଛି । ଉପହାର ଦେବାକୁ ସ୍ତ୍ରୀ ପାଇଁ ପ୍ରତିଦିନ ଚୋରି, ଛିନତାଇ କରୁଥିବା ଲୁଟେରା ଗିରଫ ହୋଇଛି । ଅଭିଯୁକ୍ତ ରଞ୍ଜନ ପ୍ରଧାନକୁ ବଡଗଡ଼ ଥାନା ପୋଲିସ ଗିରଫ କରିବା ସହ ସୁନା ଚେନ୍ ଜବତ କରିଛି । ରଞ୍ଜନ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୩୦ରୁ ଉର୍ଦ୍ଧ୍ବ ମାମଲା ରହିଥିଲା । ଅଭିଯୁକ୍ତଠାରୁ ୫ଟି ସୁନା ଚେନ୍, ୫ଟି ମୋବାଇଲ ଜବତ କରାଯାଇଛି । ଏହି ସୁନା ଚେନ୍ଗୁଡ଼ିକ କାହାଠାରୁ ଏବଂ କେଉଁ ଅଞ୍ଚଳରୁ ଲୁଟ୍ ହୋଇଛି ସେନେଇ ପୋଲିସ ତଦନ୍ତ କରୁଛି । ଗତ କିଛି ଦିନ ପୂର୍ବରୁ କ୍ୟାପିଟାଲ ଥାନା ଅଞ୍ଚଳରେ ମୋବାଇଲ, ସୁନା ଚେନ୍ ଲୁଟ୍ କରିଥିଲେ । ସେହିପରି ଏୟାରପୋର୍ଟ ଅଞ୍ଚଳରେ ମଧ୍ୟ ଲୁଟ୍ ସ୍ଥାନ ରହିଛି । ମୁଖ୍ୟ ଅଭିଯୁକ୍ତ ରଞ୍ଜନ ପ୍ରଧାନ ସମେତ ସୁନା ଚେନ୍ କିଣୁଥିବା ଅନ୍ୟ ଦୁଇ ଜଣ ଆଲୋକ ନାୟକ, ଚନ୍ଦନ ମହାରଣା ୨ ସପ୍ତାହ ତଳେ ଜେଲରୁ ବାହାରିଥିଲେ । ଜେଲରୁ ବାହାରିବା ପରେ ପୁଣି ସୁନା ଚେନ୍ ଲୁଟୁଥିଲେ । ଚୋରି ସୁନା ଓ ମୋବାଇଲ କିଣିବା ଅଭିଯୋଗରେ ମଧ୍ୟ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୋଟ୍ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କର ଟିଆଇ ପରେଡ଼ ହେବ ।





