ବାରିପଦା, (ବାଘୁଆବାର୍ତ୍ତା): ନିଜ ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଡାକ୍ତର ସ୍ବାମୀ ଗିରଫ ହୋଇଛି। ଡାକ୍ତର ଜଣଙ୍କ ହେଉଛନ୍ତି ଖଗେଶ୍ବର ମାରାଣ୍ଡି। ସେ ପୁରୀ ଜିଲ୍ଲା ହସ୍ପିଟାଲରେ ପ୍ରସୂତୀ ଓ ସ୍ତ୍ରୀରୋଗ ଡାକ୍ତର ଭାବେ କାର୍ୟ୍ୟରତ ରହିଛନ୍ତି । ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ ପରେ ପୋଲିସ ଡାକ୍ତର ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ମୋ ସ୍ଵାମୀଙ୍କର ଅନେକ ଝିଅଙ୍କ ସହ ସଂପର୍କ ରହିଛି। ମୋତେ ମାନସିକ ଏବଂ ଶାରୀରିକ ନିର୍ୟାତନା ଦେଇ ଆସୁଛନ୍ତି। ତାଙ୍କ ଭାଇ ଜ୍ୟୋତିପ୍ରକାଶ ହାଁସଦାଙ୍କ ସାହାଯ୍ୟରେ ଶାଶୁଘରେ ଥିବା ବେଳେ ମୋ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ଗୁପ୍ତ କ୍ୟାମେରା ଜରିଆରେ ଉତ୍ତୋଳନ କରି ବ୍ଲାକମେଲ୍ କରୁଛନ୍ତି। ଏଥିରେ ମୋର ସମ୍ମାନହାନୀ ଘଟିଛି। ସମାଜରେ ମୁଣ୍ଡ ଉଠାଇ ଚାଲି ପାରୁନାହିଁ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଡାକ୍ତର ସ୍ଵାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।





