ଧର୍ମଗଡ, (ବାଘୁଆବାର୍ତ୍ତା): ପ୍ରେମରେ ପ୍ରତାରଣା ପରେ ବିଷ ପିଇ ନାବାଳିକାଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପ୍ରେମିକ ସମୀର ପୁଝାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି କୋକସରା ପୋଲିସ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ନୂନପାଣି ଗାଁର ଜଣେ ନାବାଳିକାଙ୍କୁ ପ୍ରେମ କରି ପ୍ରତାରଣା କଲା ପରେ ଶେଷରେ ନାବାଳିକାଙ୍କୁ ବିଷ ପିଇବାକୁ ଚାପ ପକାଇଥିଲା ଅଭିଯୁକ୍ତ । ନାବାଳିକା ଜଣଙ୍କ ଗତ ମାସ ୧୯ ତାରିଖରେ ବିଷ ପିଇ ଗୁରୁତର ହେବା ପରେ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତ ରବିବାର ଦିନ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି କୋକସରା ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।





