ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ମହିଳାଙ୍କ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କର ଡାକ୍ତରୀ ମାଇନା କରିଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଗଜପତି ନଗରରେ ମହିଳାଙ୍କ ଏକ ଗ୍ରୋସରୀ ଦୋକାନ ରହିଛି । ମହିଳା ଜଣଙ୍କ ଅଭିଯୁକ୍ତଙ୍କୁ ବାକିରେ ଗ୍ରୋସରୀ ଦିଅନ୍ତି । ଏହାର ଫାଇଦା ଉଠାଇ ଅଭିଯୁକ୍ତ ବାପାଙ୍କ ଦେହ ଅସୁସ୍ଥ ଥିବା କହି ମହିଳାଙ୍କଠାରୁ ୫୦ହଜାର ଟଙ୍କା ଧାର ନେଇଥିଲେ । ସେହି ଟଙ୍କା ଫେରାଇବାକୁ କହିଥିଲେ । ସେ ମୋ ସ୍ବାମୀଙ୍କ ଅନୁପସ୍ଥିତିରେ ଘରକୁ ଆସି ଟଙ୍କା ଫେରାଇବାକୁ କହି ମୋ ସହ ଜୋର ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲେ । ମୁଁ ବିରୋଧ କରିବାରୁ ସେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ସ୍ବାମୀ ଏବଂ ପୋଲିସକୁ ନଜଣାଇବାକୁ ମଧ୍ୟ ଧମକ ଦେଇଥିଲେ । ଏପରିକି ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରି ରଖିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ପୋଲିସ ।





