ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ। ଏପରି ଏକ ଅପାଧିକ କାଣ୍ଡ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ଘଟିଛି। ମୃତକ ମହିଳାଙ୍କ ପରିଚୟ ମାମା ପ୍ରଧାନ। ମାମାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ସାଗର ପ୍ରଧାନ ପନିକିରେ ହାତ କାଟିଦେଇଛି। ଅଭିଯୁକ୍ତ ସ୍ୱାମୀ ସାଗରକୁ ଏବେ ଥାନାରେ ଅଟକ ରଖିଛି ପୋଲିସ। ସୂଚନା ଥାଉକି, ୬ମାସ ପୂର୍ବରୁ ଭରତପୁରରେ ଦମ୍ପତ୍ତି ଘରଭଡ଼ା ନେଇ ରହୁଥିଲେ।





