ନୟାଗଡ଼,(ବାଘୁଆବାର୍ତ୍ତା): ଶରଣକୁଳ ଥାନା ଗୋଡିପଡ଼ା ଫାଣ୍ଡି ଅନ୍ତର୍ଗତ ଦୟଣାଝରୀ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦାଦା–ପୁତୁରା ମଧ୍ୟରେ ସଂଘର୍ଷ ଘଟି ପୁତୁରା ମୃତ୍ୟୁ ଘଟିଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଭିକାରୀ ନାୟକଙ୍କ ତିନି ପୁଅ ହରି ନାୟକ, ସହଦେବ ନାୟକ ଓ ଭିମ ନାୟକଙ୍କ ମଧ୍ୟରେ ବଚଷା ହୋଇଥିଲା। ବେଳକୁ ବେଳ ବିବାଦ ଉଗ୍ରରୂପ ନେବାରୁ ଗଣ୍ତଗୋଳ ଆରମ୍ଭ ହୋଇଥିଲା। ସମସ୍ତେ ହାତରେ ଠେଙ୍ଗାବାଡ଼ି ଧରି ପରସ୍ପରକୁ ଆକ୍ରମଣ କରୁଥିବା ସମୟରେ ଭିମ ନାୟକଙ୍କ ପୁଅ ସିକୁନ ନାୟକ ହାତରେ ମାରଣାସ୍ତ୍ର ଧରି ଦାଦାଙ୍କୁ ଆକ୍ରମଣ କରିବାକୁ ଆସିଥିଲେ।
ଏହି ସମୟରେ ହରି ନାୟକଙ୍କ ଦୁଇପୁଅ ବିରଞô୍ଚ ନାୟକ ଓ ଶୁକଦେବ ନାୟକଙ୍କ ସହ ଦାଦାମାନେ ମିଶି ସିକୁନକୁ ଓଲଟା ଆକ୍ରମଣ କରିଥିଲେ। ଉଭୟ ଉଭୟଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିବା ଦ୍ବାରା ସିକୁନର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ହରି ନାୟକ ଓ ସହଦେବ ନାୟକ ଗୁରୁତର ଆହତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ହତ୍ୟା ଘଟଣାକୁ ନେଇ ସିକୁନର ସ୍ତ୍ରୀ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ । ଡାକ୍ତରଖାନାରୁ ବାହାରିବା ପରେ ପୁଲିସ ସହଦେବ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଚିକିତ୍ସାଧିନ ଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡ଼ିଛି ।





