Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ଚାଲିଗଲା ନିଜର ଜୀବନ

by ସଞ୍ଜୟ ସ୍ୱାଇଁ
April 16, 2023
in Crime, State
ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ଚାଲିଗଲା ନିଜର ଜୀବନ
117
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗତରାତିରେ ସାଙ୍ଗ ବିପଦରେ ପଡ଼ିଥିବା ଶୁଣି ସାହାଯ୍ୟ କରିବାକୁ ଘରୁ ବାହାରି ଆସିଥିଲେ। ସାଙ୍ଗ ସହ ଭେଟ ମଧ୍ୟ ହୋଇଥିଲା। ହେଲେ ରାତିର ଅନ୍ଧାର ଭିତରେ ସବୁକିଛି ଓଲଟପାଲଟ ହୋଇଗଲା। ଆଜି ସକାଳୁ ଏହି ଦୁଇ ସାଙ୍ଗ ଭିତରୁ ଜଣଙ୍କ ମୃତ ଦେହ ଏକ କୂଅ ଭିତରୁ ବାହାରିଛି। ମୃତ ଯୁବକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁର ସନାତନ ଗୌଡ଼। ଗାଁ ନିକଟ ନାରାୟଣୀ ଛକରେ ଥିବା ଏକ କୂଅରୁ ତାଙ୍କ ମୃତଦେହ ମିଳିଛି। ଗତ ରାତିରେ ସନାତନଙ୍କ ପାଖକୁ ତାଙ୍କ ସାଙ୍ଗ ଆକାଶର ଫୋନ୍ ଆସିଥିଲା। ଆକାଶଙ୍କ ବଡ଼ଭାଇ ଭଲପାଉଥିବା ପଡୋଶୀ ଗାଁର ଜୈନିକ ଝିଅକୁ ନେଇ ଫେରାର ହୋଇଯାଇଥିବା ସେ ଜାଣିବାବୁ ପାଇଥିଲେ। ପରେ ଆକାଶଙ୍କ ଅନୁରୋଧ କରେ ସାହାଯ୍ୟକୁ କରିବାକୁ ରାତି ଅଧରେ ବାହାରି ପଡ଼ିଥିଲେ ସନାତନ। ସେ ଆକାଶଙ୍କ ବଡ଼ଭାଇଙ୍କ ପାଖରେ ପହଞ୍ଚି ବହୁ ବୁଝାସୁଝା କରି ଘରକୁ ଯିବାକୁ କହିଥିଲେ। ଏହି ସମୟରେ ଆକାଶ ମଧ୍ୟ ଉପସ୍ଥିତ ରହି ବୁଝାସୁଝା କରିଥିଲେ। ମାତ୍ର ଆକାଶଙ୍କ ବଡ଼ ଭାଇ ଘରକୁ ଯିବାକୁ ନାରାଜ ହୋଇଥିଲେ। ତେଣୁ ଉଭୟ ପ୍ରେମୀ ଯୁଗଳଙ୍କୁ କୈରାସୀ ଛକରୁ ନାରାୟଣୀ ଛକ ପର‌୍ୟ୍ୟନ୍ତ ଛାଡ଼ିବାକୁ ଆକାଶ ବାଇକ୍‌ରେ ଯାଇଥିଲେ। ଅନ୍ୟପଟେ ଆକାଶଙ୍କ ଫେରିବା ବାଟକୁ କୈରାସୀ ଛକରେ ଚାହିଁ ବସିଥିଲେ ସନାତନ। ଆକାଶ ଫେରି କୈରାସୀ ଛକରେ ସନାତନଙ୍କୁ ଖୋଜିଥିଲେ। ହେଲେ ପାଇନଥିଲେ। ତେଣୁ ଆକାଶ ଘରକୁ ଚାଲିଯାଇଥିଲେ। ସେପଟେ ସନାତନ ଘରକୁ ଫେରି ନ ଥିବାରୁ ସକାଳୁ ତାଙ୍କ ପରିବାର ଲୋକେ ତନାଘନା ଆରମ୍ଭ କରିଥିଲେ। ଆକାଶଙ୍କୁ ପଚାରିଥିଲେ। ଆକାଶ ପୂର୍ବଘଟଣା କହିବା ସହ ସନାତନକୁ ଖୋଜିବାକୁ ବାହାରିଥିଲା। ସନାତନଙ୍କ ପରିବାର ଲୋକେ ଓ ଆକାଶ ଖୋଜାଖୋଜି କରିବା ବେଳେ କୈରାସୀ ଛକରେ ଥିବା ଏକ କୂଅରୁ ୨୫ ବର୍ଷିୟ ସନାତନଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକମାତ୍ର ପୁଅକୁ ହରାଇ ବାପା, ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ଦମକଳ ବାହାନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବାହାର କରିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା କରି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଏହା ହତ୍ୟା ନା ଏହି ଘଟଣା ପଛରେ ଅନ୍ୟକିଛି ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!