Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଜୁ ଜଙ୍ଗଲରୁ ମିଳିଲା କୋମଣ୍ଡ ଗାଁର ମିଟୁ ବେହେରାଙ୍କ ନର କଙ୍କାଳ

by ସଞ୍ଜୟ ସ୍ୱାଇଁ
April 13, 2023
in Crime, State
କାଜୁ ଜଙ୍ଗଲରୁ ମିଳିଲା କୋମଣ୍ଡ ଗାଁର ମିଟୁ ବେହେରାଙ୍କ ନର କଙ୍କାଳ
166
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): କାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବାଣିଆ ନିକଟ କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଛି । କଙ୍କାଳ ନିକଟରେ ବ୍ୟାଗ ଓ ପରିଚୟ ପତ୍ର ପଡିଛି । ଗଛ ଡାଳରେ ସାର୍ଟ ବନ୍ଧା ଯାଇଛି । ପରିଚୟ ପତ୍ରଟି କୋମଣ୍ଡ ଗାଁର ମିଟୁ ବେହେରାଙ୍କର ବୋଲି ଜଣାପଡିଛି । କୋମଣ୍ଡ ଗାଁର ମିଟୁ ବେହେରା ରମ୍ଭା ଟିପିଏସଓ ଡିଏଲ କାର‌୍ୟ୍ୟାଳୟରେ ହେଲ୍ପର ଭାବେ କାର‌୍ୟ୍ୟ କରୁଥିଲେ । ଗତ ବର୍ଷ ମେ’ ମାସ ୩୦ ତାରିଖ ସାବିତ୍ରୀ ଅମାବାସ୍ୟାରେ ଘରକୁ ଆସି ତାପର ଦିନ ରମ୍ଭା କାର‌୍ୟ୍ୟାଳୟକୁ ଯାଉଛି ବୋଲି କହି ମିଟୁ ଘରୁ ବାହାରିଥିଲେ । ତିନି ଦିନ ଧରି ଘରକୁ ନ ଫେରିବା ପରେ ପରିବାର ଲୋକେ ମୋବାଇଲକୁ ଫୋନ୍ କରିଥିଲେ । ତେବେ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ମିଟୁଙ୍କ ନିଖୋଜ ସମ୍ପର୍କରେ ରମ୍ଭା ଥାନାରେ ଜଣାଇବା ପରେ ଥାନା କେସ୍ ନମ୍ବର ୨୦୨୦୨୨ ଅନୁଯାୟୀ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଥାନା ଅଧିକାରୀ । ତେବେ ଏ ନେଇ ଗାଁ ଲୋକେ ଖୋଜାଖୋଜି କରୁଥିବା ବେଳେ ବାଣିଆ ନିକଟସ୍ଥ ଏକ କାଜୁ ଜଙ୍ଗଲ ମଧ୍ୟରେ ମିଟୁଙ୍କ ବାଇକ ଥିବା ଦେଖିବାକୁ ପାଇଥିଲେ । ଏନେଇ ରମ୍ଭା ଥାନାକୁ ଖବର ଦେବା ପରେ ଥାନା କର୍ମଚାରୀ ଆସି ବାଇକ୍ ଉଦ୍ଧାର କରି ଥାନାକୁ ନେଇଥିଲେ । ତେବେ ବାଇକ୍ ମିଳିଥିବା ବେଳେ ସେହି ସ୍ଥାନରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ମିଟୁର କୌଣସି ସନ୍ଧାନ ମିଳିପାରି ନଥିଲା । ୧୧ ମାସ ପରେ ବାଣିଆ କାଜୁ ଜଙ୍ଗଲ ଲିଜ ନେଇଥିବା ବ୍ୟକ୍ତି କିଛି ଶ୍ରମିକଙ୍କୁ ନେଇ ଜଙ୍ଗଲ ଉପରକୁ ଯାଇଥିବା ବେଳେ ସେଠାରେ କିଛି ମଣିଷ ହାଡ଼ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ଖବର ପାଇ ରମ୍ଭା ପୋଲିସ ଖଲ୍ଲିକୋଟ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ସହ ଜଙ୍ଗଲ ଉପରକୁ ଯାଇ ଘଟଣାସ୍ଥଳରେ ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ମୃତ୍ୟୁର ୧୧ ମାସ ବିତି ଯାଇଥିବାରୁ ମୃତଦେହ ପୁରା ମାଟିରେ ମିଶି ଯାଇଛି । କେବଳ ଗୋଡ଼ ହାଡ଼ ଓ ଥୋଡିର ହାଡ଼କୁ ଜବତ କରି ଏଫଏମଟିକୁ ପଠାଇଛି ପୋଲିସ । ବ୍ୟାଗ୍ ଓ ପରିଚୟ ପତ୍ର ପଡିଥିବା ବେଳେ ଗଛ ଡାଳରେ ସାର୍ଟ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ମାଟି ତଳେ ପୋତି ହୋଇ ପଡ଼ିଥିବା ମୋବାଇଲ ଫୋନକୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୮୨୦୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଖୋଳତାଡ଼ କରୁଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!