Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ସାମ୍ବାଦିକଙ୍କ ଫଟୋ ଭାଇରାଲ ଘଟଣା, ବନ୍ଧା ହେଲେ ୟୁଟ୍ୟୁବର ଶଙ୍କର ମାଡ଼

by ସଞ୍ଜୟ ସ୍ୱାଇଁ
April 12, 2023
in Crime, State
ମହିଳା ସାମ୍ବାଦିକଙ୍କ ଫଟୋ ଭାଇରାଲ ଘଟଣା, ବନ୍ଧା ହେଲେ ୟୁଟ୍ୟୁବର ଶଙ୍କର ମାଡ଼
467
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମହଙ୍ଗା ପଡିଲା ମହିଳା ସାମ୍ବାଦିକାଙ୍କ ଫଟୋକୁ ଭାଇରାଲ କରିବା। ବନ୍ଧା ହେଲେ ୟୁଟ୍ୟୁବର ଉମାକାନ୍ତ ପାଣିଗ୍ରାହୀ। ତାକୁ ବାଲେଶ୍ବର ସିମୁଳିଆ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ। ଗତ ତା.୦୮.୦୪.୨୦୨୩ ରିଖରେ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୋଲିସ ଅଭିଯୋଗ ପାଇ ମାମଲା ରୁଜୁ କରି ତଦନ୍ତ କରିବ ସହିତ ଉମାକାନ୍ତ ପାଣିଗ୍ରାହୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗକାରିଣୀ ଘରୋଇ ୱେବ ଚ୍ୟାନେଲରେ ଏଣ୍ଟରଟେନମେଣ୍ଟ ଜର୍ଣ୍ଣାଲିଷ୍ଟ ଭାବେ କାର‌୍ୟ୍ୟ କରନ୍ତି । ଗତ ତା.୦୭.୦୪.୨୦୨୩ ରିଖରେ ଡେଲିଭରି ବୟ ସିନେମାର ପ୍ରିମିୟର ସୋର ତଥ୍ୟ ସଂଗ୍ରହ ପାଇଁ ସେ ମହାରାଜା ସିନେମା ହଲକୁ ଯାଇଥିଲେ । ସିନେମା ହଲର ଲବି ଠାରେ ପ୍ରବଳ ଜନସମାଗମ ଥିବା ସମୟରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ତାଙ୍କ ସହିତ କଥୋପକଥନ ସମୟରେ କେହି ଜଣେ ତାଙ୍କର ପିଛା କରିବା ସହିତ ଭିଡିଓ ଉତ୍ତୋଳନ କରୁଥିବାର ସେ ଅନୁଭବ କରିଥିଲେ । ପରେ ଅଭିଯୁକ୍ତ ଉମାଶଙ୍କର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଖରାପ କ୍ୟାପସନ ଲେଖି ଉକ୍ତ ଭିଡିଓଟିକୁ ଅପଲୋଡ କରିବା ସହିତ ଉକ୍ତ ଭିଡିଓରେ ବିଭିନ୍ନ ପ୍ରକାର ଅଶ୍ଳୀଳ ଶବ୍ଦର ପ୍ରୟୋଗ କରିଥିବା ଅଭିଯୋଗକାରିଣୀ ଜଣକ ଦେଖିବାକୁ ପାଇଥିଲେ । ଏନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ ମହିଳା ଥାନା ପୋଲିସ ତୁରନ୍ତ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ବାଲେଶ୍ବର ଜିଲ୍ଲାର ସିମୁଳିଆ ଅଞ୍ଚଳରୁ ଗିରଫ କରିଥିଲା । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଛି। ଏହି ମାମଲାର ଅଧିକ ତଦନ୍ତ ଚଲାଇଛି ମହିଳା ଥାନା ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!