ସୋରୋ, (ବାଘୁଆବାର୍ତ୍ତା): ଝଡ଼ାଫୁଙ୍କା ବେଳେ ଯୁବତୀଙ୍କୁ ହତ୍ୟା। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବାଟି ପଞ୍ଚାୟତ ସୁଙ୍ଗୁଡ଼ା ଗତିପୋଖରୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀମାନେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗ୍ରାମର ଦୁର୍ୟ୍ୟୋଧନ ସିଂଙ୍କ ଝିଅ ରଙ୍ଗଲତା ସିଂଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ପରିବାର ଲୋକେ ସିମୁଳିଆ ଥାନା ସୁଙ୍ଗୁଡ଼ା ଗତିପୋଖରୀ ଗୁଣିଆ ରୁଖିଆ ସିଂ ପାଖକୁ ଆଣିଥିଲେ। ସେଠାରେ ରୁଖିଆ ସିଂ ଝଡାଫୁଙ୍କା କରିବା ସହ ଯୁବତୀଙ୍କ ବେକରେ ଚଢି ଯାଇ ବେତରେ ମାଡ଼ ମାରିଥିଲେ। ଯୁବତୀ ଜଣଙ୍କ ପାଣି ମାଗିବାରୁ ଗୁଣିଆ ଜଣଙ୍କ ପାଣି ପିଇବାକୁ ଦେଇ ନଥିଲେ। ଯାହା ଫଳରେ ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖୁଣ୍ଟା ଅଞ୍ଚଳରୁ ଏକ ଆମ୍ବୁଲାନ୍ସ ଆସିବାରୁ ଗ୍ରାମବାସୀମାନେ ଯୁବତୀଙ୍କର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ଗ୍ରାମବାସୀମାନେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଏହି ଗ୍ରାମରେ ପୂର୍ବରୁ ଦୁଇ ଦୁଇଟି ଜୀବନ ଯାଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।





