ମନମୁଣ୍ଡା, (ବାଘୁଆବାର୍ତ୍ତା): ମନମୁଣ୍ଡା ଥାନା ଝିଙ୍କରପାଲି ଗ୍ରାମର ଜଣେ ବିବାହିତ ତାଙ୍କର ଗର୍ଭବତୀ ପତ୍ନୀଙ୍କୁ ଛାଡି ଜଣେ ନାବାଳିକାକୁ ଅପହରଣ କରି ପଳାଇଥିବା ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଝିଙ୍କରପାଲି ଗ୍ରାମର ସନତ ଖଟୁଆ ସୋମବାର ରାତିରେ ଏହି ଥାନା ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ(ନାବାଳିକା)ଙ୍କୁ ଅପହରଣ କରି ଫେରାର ହୋଇଯାଇଛି। ଏନେଇ ନାବାଳିକାଙ୍କ ବାପା ମଙ୍ଗଳବାର ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।ସନତ ଜଣେ ବିବାହିତା ଓ ତାଙ୍କ ପତ୍ନୀ ୯ ମାସର ଗର୍ଭବତୀ ତଥା ଆସନ୍ନ ପ୍ରସବା। ସନତ ତାଙ୍କ ପତ୍ନୀଙ୍କ ଠାରୁ ଅଧିକ ଯୌତୁକ ବାବଦକୁ ବାପ ଘରୁ ନଗଦ ୧ ଲକ୍ଷ ଟଙ୍କା ଆଣିବାକୁ ଦାବି କରି ମାନସିକ ଓ ଶାରୀରିକ ନିର୍ୟ୍ୟାତନା ଦେଉଥିଲେ। ଏମିତିକି ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ଏବଂ ଦ୍ଵିତୀୟ ବିବାହ କରିବ ବୋଲି କହିଥିଲେ ବୋଲି ସନତଙ୍କ ଶ୍ବଶୁର ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।





