ଭଦ୍ରକ, (ବାଘୁଆବାର୍ତ୍ତା): ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଅଞ୍ଚଳର ଆରଟିଆଇ କର୍ମୀଙ୍କୁ ମାଡ ଅଭିଯୋଗ । ସ୍ଥାନୀୟ ବିଜେଡ଼ି ସରପଞ୍ଚଙ୍କ ବାପା ଏକାଦଶୀ ସେଠୀଙ୍କ ସମେତ ସ୍ଥାନୀୟ ପଞ୍ଚାୟତର ସମିତି ସଭ୍ୟ ମନରଞ୍ଜନ ସେଠୀ ମିଶି ଗଣିଜାଙ୍ଗ ସେବା ସମବାୟ ସମିତି ପାଖରେ ଗଡେଇ ପକାଇ ମାଡ଼ ମାରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଆରଟିଆଇ କର୍ମୀ ସତ୍ୟଶ୍ରୀ ଜ୍ୟୋତି ପ୍ରକାଶ ରାଉତ । ସୂଚନା ଅନୁଯାୟୀ ଆରଟିଆଇ କର୍ମୀ ସତ୍ୟଶ୍ରୀ ଜ୍ୟୋତି ପ୍ରକାଶ ରାଉତ ତାଙ୍କ ଗ୍ରାମ ଗଣିଜାଙ୍ଗ ଅଞ୍ଚଳରେ ଗୋଚର ଜମିରେ ଜବରଦଖଲ, ଆବାସ ଯୋଜନାରେ ମହା ଦୁର୍ନୀତି ସ୍ୱାମୀ ପାଇଛି ଆବାସ ଘର ତ ଆଉ କେଉଁଠି ପୁଅ ପାଇଛି ବିଜୁ ପକ୍କା ଘର ପାଇଥିବା ନେଇ ଆରଟିଆଇ ତଥ୍ୟ ମାଗିଥିଲେ ସତ୍ୟଶ୍ରୀ ଜ୍ୟୋତି ପ୍ରକାଶ ରାଉତ । ଯାହାକୁ ନେଇ ସରପଞ୍ଚଙ୍କ ବାପା ଫୋନରେ ଧମକ ଦେଇଥିଲେ । ଗତକାଲି ଘରକୁ ଆସିଥିବା ବେଳେ ସତସଙ୍ଗ ଚାଲୁଥିଲା ଗଣିଜାଙ୍ଗ ସେବା ସମବାୟ ସମିତି ପାଖରେ ସରପଞ୍ଚ ବାପା ଯିଏ କି ଏକ ସରକାରୀ ଚାକିରୀ କରିଥିବା ଏକାଦଶୀ ସେଠୀ ଓ ସମିତିସଭ୍ୟ ମନରଞ୍ଜନ ସେଠୀ ମିଶି ତାଙ୍କୁ ଗଡେଇ ପକାଇ ମାରିବା ସହ ସତ୍ୟଶ୍ରୀ ପିନ୍ଧିଥିବା ଏକ ସୁନା ଚେନକୁ ଛଡାଇ ନେଇଯାଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ସତ୍ୟଶ୍ରୀ । ସେ ଥାନାରେ ଦ୍ୱାରସ୍ତ ହୋଇ ନ୍ୟାୟ ଚାଁହୁଛନ୍ତି ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ୨୧୯/୨୩ ନଂ କେଶ ରୁଜୁ କରି ତଦନ୍ତ ଚଳାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ ।





