Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଲ୍ ସାର୍ଟିଫିକେଟ ମାମଲାରେ ୭ ଜଣଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ , ସମ୍ପୃକ୍ତ ସରକାରୀ ଚାକିରିଆ ଓ ଦଲାଲ

by ସଞ୍ଜୟ ସ୍ୱାଇଁ
April 10, 2023
in Crime, State
ଜାଲ୍ ସାର୍ଟିଫିକେଟ ମାମଲାରେ ୭ ଜଣଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ , ସମ୍ପୃକ୍ତ ସରକାରୀ ଚାକିରିଆ ଓ ଦଲାଲ
192
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣାରେ ୭ଜଣଙ୍କୁ ଉଠାଇ ନେଇଛି ତଦନ୍ତକାରୀ ଟିମ୍ । ଏଥିସହ ସ୍କାନରରେ ସରକାରୀ ଚାକିରିଆ ଓ ଦଲାଲ । ଏପ୍ରିଲ ୧ ତାରିଖରୁ ଏହି ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ୍ ସାର୍ଟିଫିକେଟ୍ ଦେଇ ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି । ଏହି ୨୦୦ ଜଣଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ସରକାରୀ ଚାକିରିଆ ଓ କିଛି ଦଲାଲ ରହିଛନ୍ତି ବୋଲି ସୂଚନା ରହିଛି । ରାକେଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପୋଲିସ ଆରମ୍ଭ କରିଛି ତନାଘନା । ଯେଉଁମାନେ ଏହି ରାକେଟ ସହ ଜଡିତ ଅଛନ୍ତି ତାଙ୍କୁ ଗିରଫ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ସୂଚନା ରହିଛି । ରିପୋର୍ଟରୁ ଜଣାପଡିଛି ଯେ, ବଲାଙ୍ଗୀରରେ ଅନେକ ବର୍ଷ ଧରି ଏହି ନକଲି ସାର୍ଟିଫିକେଟ ରାକେଟ୍ ସକ୍ରିୟ ରହିଛି । କ୍ରାଇମବ୍ରାଞ୍ଚ ଉଭୟ ମନୋଜ ଓ ସହଯୋଗୀ କମ୍ପ୍ୟୁଟର୍ ଶିକ୍ଷକ ଆଲୋକ ରଞ୍ଜନ ଉଦଗାତାଙ୍କ ପରିବାର ସଦସ୍ୟଙ୍କୁ ଜାଲ ସାର୍ଟିଫିକେଟ୍ କାରବାର ମାମଲାରେ ଜେରା କରିଛି । ସେମାନେ ଯେଉଁ ଉତ୍ତର ଦେଇଛନ୍ତି ଏହାକୁ ଉଭୟ ମନୋଜ ଓ ଆଲୋକଙ୍କ ବୟାନ ସହିତ ମେଳ କରାଯାଇଛି । ସେଥିରେ କୌଣସି ତାଳମେଳ ରହୁ ନଥିବାରୁ ଉଭୟ ପରିବାର ସଦସ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏମାନେ ବି କ୍ରାଇମବ୍ରାଞ୍ଚ ସ୍କାନରରେ ଥିବାରୁ କୌଣସି ମୁହୂର୍ତ୍ତରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ହେବାର ସମ୍ଭାବନା ରହିଛି । ରିଲାଏନ୍ସ ଏଜୁକେସନାଲ୍ କମ୍ପେ୍ଲକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ନାଁରେ ଥିବା ୫ଟି ଜମିର କୌଣସି କିଣାବିକାକୁ ଅନୁମତି ନ ଦେବାକୁ ବଲାଙ୍ଗୀର ସବ୍ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି । ପାଖାପାଖି ୧୦ ବର୍ଷ ହେବ ଏଭଳି ଜାଲିଆତି କରି ସାର୍ଟିଫିକେଟ୍ ବିକ୍ରି କରିଆସୁଥିବା ମନୋଜ ଦେଢ଼ କୋଟି ଟଙ୍କାରେ ୫ ଟି ମୂଲ୍ୟବାନ ଜମି କିଣିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହି ଜମିକୁ କ୍ରାଇମବ୍ରାଞ୍ଚ ଜବତ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!