Friday, July 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମିର କିସମ ବଦଳାଇଥିବା ଅଭିଯୋଗରେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ ସ୍ତ୍ରୀଙ୍କୁ ପୁଲିସ ଅଟକ ରଖିଛି

by ସଞ୍ଜୟ ସ୍ୱାଇଁ
September 10, 2021
in Crime, State
ଜମିର କିସମ ବଦଳାଇଥିବା ଅଭିଯୋଗରେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ ସ୍ତ୍ରୀଙ୍କୁ ପୁଲିସ ଅଟକ ରଖିଛି
250
VIEWS
Share on FacebookShare on Twitter

ଢେଙ୍କାନାଳ,(ବାଘୁଆବାର୍ତ୍ତା): ବେଆଇନ ଭାବେ ଜମିର କିସମ ବଦଳାଇଥିବା ଅଭିଯୋଗରେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ ସ୍ତ୍ରୀଙ୍କୁ ପୁଲିସ ଅଟକ ରଖିଛି। ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ସୂଚନାଥାଉ କି, ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ ଜମିକୁ ଦଲାଲଙ୍କ ସହ ମିଳିମିଶି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ବେଆଇନ ଭାବରେ ଶାରଦରେ ପରିବର୍ତ୍ତନ କରିଥିଲେ। ଏହା ପ୍ରଘଟ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତହସିଲଦାରଙ୍କ ପକ୍ଷରୁ ଟାଉନ ଥାନାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର, ୨ଜଣ ରେକର୍ଡ଼ କିପର ଓ ଆବେଦନକାରୀ ଜମି ଦଲାଲ୍ ଅଛନ୍ତି। ତେବେ ଟାଉନ ଥାନା ଅଧିକାରୀ ମାମଲା ରୁଜୁ କରିବା ସହିତ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ ପୂର୍ବରୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ଫାଇଲ ତଳେ ଚିଠି ଚାପି ହୋଇ ରହିଥିଲା। ଏବେ ଘଟଣା ପଦାରେ ପଡିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!