Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଠକେଇ ଭାଙ୍ଗିଦେଲା ସୁନା ସଂସାର

by ସଞ୍ଜୟ ସ୍ୱାଇଁ
April 8, 2023
in Crime, State
ସାଇବର ଠକେଇ ଭାଙ୍ଗିଦେଲା ସୁନା ସଂସାର
146
VIEWS
Share on FacebookShare on Twitter

କେନ୍ଦ୍ରାପଡା, (ବାଘୁଆ ବାର୍ତ୍ତା): ସାଇବର ଠକେଇ ଭାଙ୍ଗିଦେଲା ସୁନା ସଂସାର । ଅନ୍‌ଲାଇନ୍ ଠକେଇର ଶିକାର ହୋଇ ମହିଳା ହରାଇଲେ ଲକ୍ଷେ ୭୦ ହଜାର ଟଙ୍କା । ଏହାପରେ ରାଗରେ ମହିଳାଙ୍କୁ ତଲାକ୍ ଦେଇଦେଲେ ତାଙ୍କ ସ୍ୱାମୀ । ଫୋନ୍‌ରେ ଠକେଇ ଓ ଫୋନରେ ତଲାକ୍ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବାବୁରାମ ପାଟଣା ଗାଁର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ମାର୍ଚ୍ଚ ମାସରେ ଜଣେ ମୁସଲମାନ ମହିଳା ଜମରୁନ ବିବି ସାଇବର ଠକେଇର ଶିକାର ହୋଇଥିଲେ । ଫେସବୁକରେ ରବି ଶର୍ମା ନାମକ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ପଚିଶ ଲକ୍ଷ ଟଙ୍କାର ଗିପ୍ଟ ଦେବେ କହିଥିଲା ସାଇବର ଠକ । ହାର, ଫ୍ରିଜ, ଆଇଫୋନ, ଏସି ଭଳି ଦାମୀ ଉପହାର କୋରିଅରରେ ପଠାଇଥିବା କହିଥିଲା । ବଦଳରେ ଜମରୁନଙ୍କୁ କୋରିଅର ଚାର୍ଜ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା ଠକ । ଲୋଭରେ ପଡ଼ି ଠକ ରଶି ଶର୍ମାଙ୍କୁ ଫୋନ୍ ପେ ଓ ଆକାଉଣ୍ଟରେ ପଠାଇଥିଲେ ଟଙ୍କା । କିନ୍ତୁ ଆସି ନଥିଲା ଉପହାର । ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ତାଙ୍କ ସଂସାରରେ ଝଡ଼ ଆସିଛି । ଗୁଜୁରାଟରେ ଏକ କମ୍ପାନୀରେ ତାଙ୍କ ସ୍ୱାମୀ ଶେଖ ରାଜିଦ କାମ କରୁଛନ୍ତି । ଏକଥା ଜାଣିବା ପରେ ଫୋନ୍‌ରେ ଜମରୁନଙ୍କୁ ତିନ ତଲାକ ଦେଇଥିଲେ ତାଙ୍କ ସ୍ୱାମୀ । ଏଥିସହ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ଜମରୁନ ଚାରି ପୁଅ ଝିଅଙ୍କୁ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିବା ସହ ଭରଣପୋଷଣ ଦାବି କରିଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!