ବାରିପଦା, (ବାଘୁଆ ବାର୍ତ୍ତା): ମୟୂରଭଞ୍ଜରେ ଜାଲ୍ ନୋଟ୍ ରାକେଟ୍ ସକ୍ରିୟ । ଜାଲ୍ ନୋଟ୍ କାରବାର ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଜାଲ୍ ନୋଟ୍ କାରବାର ଘଟଣା । ବାରିପଦା ସଦର ଥାନା ପୋଲିସର ତଦନ୍ତ ଜାରି । ଜାଲ୍ ନୋଟ୍ କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅପହରଣ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗୋଟିଏ ବାଇକ୍, ଗୋଟିଏ ବୋଲେରୋ ଏବଂ ଗୋଟିଏ ସ୍କର୍ପିଓ ଗାଡି ସମେତ ୩ ବିଡା ନକଲି ନୋଟ୍ ଓ ୩ଟି ମୋବାଇଲ ଜବତ କରିଛି ପୋଲିସ ।





