Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରି ପାଇଁ ଜାଲ ସାର୍ଟିଫିକେଟ, ୪ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
April 8, 2023
in Crime, State
ଚାକିରି ପାଇଁ ଜାଲ ସାର୍ଟିଫିକେଟ, ୪ ବନ୍ଧା ହେଲେ
287
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆ ବାର୍ତ୍ତା): ନିଯୁକ୍ତି ପ୍ରକ୍ରିୟାରେ ଚୟନ ହୋଇଥିଲେ। ଯାଞ୍ଚ ବେଳେ ଜାଲ ସାର୍ଟିଫିକେଟ ଜଣାପଡ଼ିବା ପରେ ୪ ଜଣ ଆଶାୟୀଙ୍କୁ ବାନ୍ଧିଲା ପୁଲିସ। ଏପରି ଘଟଣା ଘଟିଛି କୋରାପୁଟ ଜୟପୁରରେ ଡାକ ବିଭାଗରେ। ଗିରଫ ଅଭିଯୁକ୍ତ ମାନେ ହେଲେ ନବରଙ୍ଗପର ଜିଲ୍ଲା ରାଇଘରର ଗୋପାଳ କୃଷ୍ଣ ପଟ୍ଟନାୟକ, କୋରାପୁଟ ଲୁଲୁ ପଦରର ସାରଥି ହଲବା, ନବରଙ୍ଗପୁରର ଦାମି ହରିଜନ ଓ ମାଲକାନଗିରିରର କିଶୋରଖରା। କୋରାପୁଟ ପୋଷ୍ଟଲ ଡିଭିଜନରେ ଜୟପୁର ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଏମାନେ ଗିରଫ ହୋଇଛନ୍ତି। କୋରାପୁଟ ପୋଷ୍ଟଲ ଡିଭିଜନରେ ଜୟପୁର ଗ୍ରାମୀଣ ଡାକ ସେବାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଓ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲେ। ଏହି ନିଯୁକ୍ତିରେ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ନଥିଲା। ସାର୍ଟିଫିକେଟ ଯାଞ୍ଚ ପରେ ଯେଉଁ ମାନେ ଚୟନ ହେବେ ତାଙ୍କୁ ନିଯୁକ୍ତି ମିଳିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଥିଲା। ଏଥିପାଇଁ ବିଭିନ୍ନ ଜିଲ୍ଲାର ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିଥିଲେ। ଜାଲ ସାର୍ଟିଫିକେଟ ଗିରଫ ହୋଇଥିବା ୪ ଅଭିଯୁକ୍ତ ମାନେ ମଧ୍ୟ ଆବେଦନ କରିଥିଲେ। ଏଥିରେ ୩୦ଜଣ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ପରେ ସେମାନଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ସେଥିରୁ୨୨ ଜଣ ଅଶାୟୀ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା। ପରେ ସେମାନକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା। ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ କୋରାପୁଟ ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡେଣ୍ଟ ୨୨ ଜଣଙ୍କ ନାଁରେ ଜୟପୁର ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଖୋଳତାଡ ଆରମ୍ଭ କରିଛି। ଜାଲ ସାର୍ଟିଫିକେଟ ଚେର କେଉଁଠି ଲମ୍ବିଛି, ଏହା ପଛରେ କେଉଁମାନଙ୍କର ହାତ ରହିଛି ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଉତ୍ତରପ୍ରଦେଶରୁ ଏହି ଜାଲ ସାର୍ଟିଫକାଟ ଆସିଥିବା ପୁଲିସ ସୂଚନା ପାଇଛି। ଏହି ଜାଲ ସାର୍ଟିଫିକେଟ ଚେର ଉତ୍ତରପ୍ରଦେଶକୁ ଲମ୍ବିଥିବା ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!