ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଭାଇକୁ ହତ୍ୟାକଲା ଭାଇ। ଗୋଷାଣୀ ନୂଆଗାଁ ଥାନା ନେହେରୁ ନଗର ୧୦ମ ଲାଇନରେ ଏହି ହତ୍ୟାକାଣ୍ଡ ଘଟିଛି। ସୁରେନ୍ଦ୍ର ବେହେରା ଓରଫ ବୁଡୁଙ୍କୁ ତାଙ୍କ ଭାଇ ପୂର୍ଣ୍ଣ ବେହେରା ହତ୍ୟା କରିଥିବା ମାଆ ସୀମା ବେହେରା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ନୂଆଗାଁ ଥାନା ନେହେରୁ ନଗର ୧୦ମ ଲାଇନର ସୁରେନ୍ଦ୍ର ବେହେରା ଓ ପୂର୍ଣ୍ଣ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ବୁଧବାର ସକାଳ ପ୍ରାୟ ୬ଟାରେ ଘରେ କେହି ନଥିବା ବେଳେ ସୁରେନ୍ଦ୍ର ବେହେରାଙ୍କୁ ପୂର୍ଣ୍ଣ ବେହେରା ଡ଼ମ୍ବଲସ ଛେଚି ହତ୍ୟା କରିଥିଲା। ଏନେଇ ମାଆ ସୀମା ବେହେରା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ଣ୍ଣ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଜ୍ୱାଇଁ ବୋଲି ସୂଚନା ମିଳିଛି। ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣୀ ନୂଆଗାଁ ଥାନା ଆଇଆଇସି ସ୍ମୃତିସଭା ପ୍ରଧାନ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତ ପୂର୍ଣ୍ଣ ବେହେରା ଥାନାରେ ଅଟକ ଥିବା ପୁଲିସ ପ୍ରକାଶ କରିଛି।





