ଧର୍ମଗଡ, (ବାଘୁଆବାର୍ତ୍ତା): ବ୍ୟବସାୟୀଙ୍କଠାରୁ ଡକାୟତ କରି ଫେରାର ମାରିବା ବେଳେ ଧରିଲା ପୋଲିସ । ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଯିବା ସମୟରେ ଝାମ୍ପି ନେଇ ଫେରାର ହୋଇଗଲେ ଡକାୟତି ଗ୍ୟାଙ୍ଗ୍ । ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ୬ ଜଣକୁ ଅଟକ ରଖିଛି ପୋଲିସ । ଫୁଲବାଣୀର ଅଜୟ ପାତ୍ର ଗୁପ୍ତା ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଯିବା ସମୟରେ ଝାମ୍ପି ନେଇ ଫେରାର ହୋଇଥିଲେ ଡକାୟତି ଗ୍ୟାଙ୍ଗ । ଫେରାର ହେବା ସମୟରେ ଏହି ଗ୍ୟାଙ୍ଗକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଧରିଛି । ଏହି ଗ୍ୟାଙ୍ଗକୁ କେସିଙ୍ଗା ପୋଲିସ ପୋଡ଼ଖମାରଠାରେ କାବୁ କରିଛି । ଏହି ଘଟଣାରେ ୨ ଜଣ ମହିଳା ସମେତ ୬ ଜଣକୁ ଅଟକ ରଖିଛି କେସିଙ୍ଗା ପୋଲିସ । ତାଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ପୋଲିସ ଜବତ କରିଥିବା ସୂଚନା ।





