ଭଞ୍ଜନଗର, (ବାଘୁଆବାର୍ତ୍ତ): ପାରିବାରିକ କଳହ ଯୋଗୁ ସ୍ୱାମୀ ଦେହରେ ନିଆଁ ଲଗାଇଲା ସ୍ତ୍ରୀ । ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର କୁଲାଡରେ । ନିଆଁ ଲାଗିଥିବା ବ୍ୟକ୍ତି ଜଣକ ଅବସରପ୍ରାପ୍ତ ବନ କର୍ମଚାରୀ ବୋଲି ଜଣାପଡିଛି । ପରିବାରରେ ସ୍ୱାମୀ ଓ ସ୍ତ୍ରୀ କୌଣସି କାରଣରୁ ଝଗଡା ଲାଗିବାରୁ ଉତ୍ୟକ୍ତ ହୋଇ ସ୍ୱାମୀ ଦେହରେ ସ୍ତ୍ରୀ ନିଆଁ ଲଗାଇ ଦେଇଛି । କିରୋସିନ ଢାଳି ସ୍ୱାମୀକୁ ପୋଡି ମାରିବାକୁ ଉଦ୍ୟମ କରିଥିବା ହୋଇଛି ଅଭିଯୋଗ । ନିଆଁ ଲାଗି ତାଙ୍କ ଶରୀରର ୫୦ ପ୍ରତିଶତ ପୋଡିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।





