Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦା ଆଦାୟକୁ ନେଇ ସଂଘର୍ଷ: ୩ ଗୁରୁତର

by ସଞ୍ଜୟ ସ୍ୱାଇଁ
July 5, 2021
in Crime, State
ଚାନ୍ଦା ଆଦାୟକୁ ନେଇ ସଂଘର୍ଷ: ୩ ଗୁରୁତର
49
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମୃଦଙ୍ଗା ଗ୍ରାମ ନିକଟରେ ଏକ ଠିକାଦାରୀ କ୍ୟାମ୍ପ୍ ରେ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ ଘଟିଛି । ଫଳରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସ୍ଥାନୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥ ୫୩ର ଢେଙ୍କାନାଳ ଜିଲ୍ଲା ଭୁବନ ଅନନ୍ତପୁର ଛକଠାରୁ ନୀଳକଣ୍ଠପୁର ଗ୍ରାମ ସ୍ଥିତ ବାଜିରାଉତ ସେତୁ ପର୍ୟ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ସଂପ୍ରସାରଣ କାର୍ୟ୍ୟ ଚାଲିଛି । ପୂର୍ତ୍ତ ବିଭାଗ ରାସ୍ତାଟି ଅନନ୍ତପୁର ଛକଠାରୁ ଭାୟା ବାଲିବୋ, ମହୁଲପାଳ, ମୃଦଙ୍ଗା ଏବଂ ନୀଳକଣ୍ଠପୁର ଗ୍ରାମକୁ ସଂଯୋଗ କରୁଛି । ଏହି କାର୍ୟ୍ୟକୁ ଆରକେ ଆସୋସିଏଟେଡ଼ ନାମକ ଏକ ଠିକା ସଂସ୍ଥା କରୁଛି । ବର୍ତ୍ତମାନ ଏହି ରାସ୍ତାର ନିର୍ମାଣ କାର୍ୟ୍ୟ ମୃଦଙ୍ଗା ପଞ୍ଚାୟତରେ ଚାଲୁଥିବା ବେଳେ ଠିକାସଂସ୍ଥାର କ୍ୟାମ୍ପଟି ଗ୍ରାମ ନିକଟରେ ରହିଛି । ତେବେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଏହି ସଂସ୍ଥାର ଠିକା କ୍ୟାମ୍ପରେ ରହୁଥିବା କର୍ମଚାରୀମାନଙ୍କୁ ଚାନ୍ଦା ମାଗିବା ସହିତ ଗାଳିଗୁଲଜ କରିଆସୁଛନ୍ତି । ଏପରିକି ଚାରି ପାଞ୍ଚ ଜଣ ଯୁବକ ରାସ୍ତା କାର୍ୟ୍ୟ ତଦାରଖ କରୁଥିବା ଇଞ୍ଜିନିୟର, ସୁପରଭାଇଜରଙ୍କୁ ଚାନ୍ଦା ମାଗିଥିଲେ । ଚାନ୍ଦା ନଦେବାରୁ ଏହି ଯୁବକମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଠିକାସଂସ୍ଥାର ଦୁଇ ଜଣ ଓ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭୁବନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଉଭୟ ଠିକାସଂସ୍ଥା ଓ ଆକ୍ରମଣକାରୀଙ୍କ ପକ୍ଷରୁ ଭୁବନ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ଜଣାପଡିଛି । ଭୁବନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!